Site icon Awaj Media

ଶିଶୁ ଅଧିକାର ପ୍ରଚାର ରଥକୁ ଗଜପତିରେ ବିପୁଳ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଶିଶୁ ଅଧିକାର ପ୍ରଚାର ରଥକୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ପାରଳାଖେମୁଣ୍ଡି ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ଠାରେ ଏକ ଜନସଭା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଅନୁଷ୍ଠିତ ହୋଇଥିଲା . ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମହୋଦୟ ଯୋଗଦେଇ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଶିଶୁ ସୁରକ୍ଷା ଦାୟିତ୍ୱରେ ଥିବା ବିଭିନ୍ନ ଅନୁଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିପାଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, କିଶୋର ନ୍ୟାୟ ବୋର୍ଡର ସଭ୍ୟ ବୈରାଗୀ ପାତ୍ର ଏବଂ ପ୍ରେସ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗଦେଇ ଗଜପତିରେ ଶିଶୁ ସୁରକ୍ଷାର ଆବଶ୍ୟକତା କେତେ ଗୁରୁତ୍ୱପୂର୍ଣ୍ଣ ତାହାରି ଉପରେ ଆଲୋଚନା କରିଥିଲେ . ଏହି ଜନସଭାରେ ପାରଳାଖେମୁଣ୍ଡି କଲେଜ ଛାତ୍ର ଛାତ୍ରୀ, ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନେ ଏବଂ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା ‘ ମାନେ ଯୋଗ ଦେଇଥିଲେ। ଏହି ଜନସଭାରେ ଉପସ୍ଥିତ ସମସ୍ତଙ୍କୁ ଏକ୍ସନଏଡର ଜିଲ୍ଲା ପ୍ରତିନିଧି ବିକାଶ ମେହେର ଧନ୍ୟବାଦ ଦେଇଥିଲେ । ଏହାପରେ ଶିଶୁ ଅଧିକାର ପ୍ରଚାର ରଥ ସିଧାମଡଙ୍ଗ, ଶିଆଳି ଏବଂ ଅଲଡା ଗ୍ରାମକୁ ଯାଇ ଏହାର ଉଦ୍ଦେଶ୍ୟ ଉପରେ ଆଲୋଚନା କରିବା ସହ ଉପସ୍ଥିତ ମାଆ ଏବଂ ଶିଶୁ ମାନଙ୍କୁ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ସମୟରେ ସିଆଳି ପଞ୍ଚାୟତର ସରପଞ୍ଚ ଶ୍ରୀମତି ଲଳିତା ପାଣି ଏବଂ ମହିଳା ସୁପର ଭାଇଜର ଶ୍ରୀମତି ଇନ୍ଦିରା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଥିଲେ । ଉପରୋକ୍ତ ପ୍ରତ୍ୟେକ କାର୍ଯ୍ୟକୁ ଶିଶୁ ସୁରକ୍ଷା ୟୁନିଟ, ଚାଇଲଡ଼, ପ୍ରେମ ଏକ୍ସନ ଏଡ଼ ଶିଶୁଯତ୍ନ ଅନୁଷ୍ଠାନ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମକର୍ତ୍ତା ପରିଚାଳନା କରିଥିଲେ ।

Exit mobile version