Site icon Awaj Media

ବିପଦ ଶଙ୍କୁଳ ଅବସ୍ଥାରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଯାତ୍ରୀ ବିଶ୍ରାମାଗାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିପଦ ଶଙ୍କୁଳ ଅବସ୍ଥାରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଯାତ୍ରୀ ବିଶ୍ରାମାଗାର । ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ନିଦ ଭାଙ୍ଗୁ ନାହିଁ । ବୋଧହୁଏ କୈାଣସି ଅଘଟଣ ଘଟିବା ପରେ ପ୍ରଶାସନର ଚେତା ପଶିବ । ଚାନ୍ଦପୁର ଅଞ୍ଚଳଟି ନୟାଗଡ଼ ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲ୍ଲାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ । ଯେଉଁଠାରେ ଅଛି ଏସିଆ ମହାଦେଶର ଦ୍ଵିତୀୟ ସର୍ବ ବୃହତ ଯକ୍ଷ୍ମା ଡାକ୍ତରଖାନା। ଏହି ସ୍ଥାନରେ ଦୈନିକ ହଜାର ହଜାର ଯାତ୍ରୀ ବସ , ଟ୍ରେନ କୁ ଅପେକ୍ଷା କରନ୍ତି । କିନ୍ତୁ ସୁରକ୍ଷିତ ରେ ବସିବା ପାଇଁ ସ୍ଥାନ ଟିକେ ନାହିଁ । ବିଶ୍ରାମାଗାର ଟି ସାପ, ଗୋଧି ପରି ସରୀସୃପଙ୍କ ବାସ ସ୍ଥାନ ହୋଇଥିବା ବେଳେ ନିଶା ଖୋର ମାନଙ୍କର ଆଡ୍ଡାସ୍ଥଳୀ ରେ ପରିଣତ ହୋଇଅଛି । ଏକ ସୁରକ୍ଷିତ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିବା ପାଇଁ ଦାବି ରଖିଛନ୍ତି ନୟାଗଡ଼ ବିଜେପି ଜିଲ୍ଲା ସମ୍ପାଦକ ତାପସ ରଞ୍ଜନ ମାର୍ଥା ।

Exit mobile version