ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ , ସଜବାଜ ହେଉଛନ୍ତି ସବୁ କ୍ଷେତ୍ରରେ ନେତା ମନ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ବିରିବାଡ଼ି ଗ୍ରାମ ପଞ୍ଚାୟତ ମା ରତ୍ନମାଳି ଦେବୀଙ୍କ ପ୍ରାଙ୍ଗଣରେ ପୂର୍ବତନ ବିଜେଡ଼ି ବିଧାୟକ ରଘୁନାଥ ସାହୁ ଆଜି କିଛି କର୍ମୀଙ୍କୁ ନେଇ କର୍ମୀ ସମ୍ମିଳନୀ ଆରମ୍ଭ କରିଛନ୍ତି । ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ହେଲେଣି ବିଜୁ ଜନତା ଦଳର ପୂର୍ବତନ ବିଧାୟକ ରଘୁନାଥ ସାହୁ । ଆଗାମୀ ଦିନରେ ସାଧାରଣ ଲୋକଙ୍କ କଥା କେହି ବୁଝିବାକୁ ନଥିବା ବେଳେ ଏବେ ଆଗେଇ ଆସିଛନ୍ତି ଲୋକଙ୍କ ସମସ୍ୟା ବୁଝିବା ପାଇଁ । କେମିତି ଚିଲିକା ନିର୍ବାଚନ ମଣ୍ଡଳୀ ରେ ପୁଣି ଶଙ୍ଖ ବାଜିବ ଏହି ଚିନ୍ତା କରିଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ . ଆୟୋଜିତ ସମାବେଶ ରେ କହିଛନ୍ତି ଯେ , ଚିଲିକାର ୨ ଲକ୍ଷ ଲୋକଙ୍କ ପାଖରେ ଅଛିନ୍ତି ଆଉ ରହିବେ । ପୂର୍ବରୁ ଯେମିତି ପଦ ପଦବୀ ରହିଥିଲା ସେମିତି ମଧ୍ୟ ରହିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମିତି ପଦବୀ ଦେବେ ବୋଲି ଆଶା ରଖିଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ । ରଘୁନାଥ ସାହୁଙ୍କ ଚିନ୍ତାଧାରା ଏବେ ଦଳରେ ନଥାଇ ମଧ୍ୟ ଦଳ ପାଇଁ ଲବି କରି ଆସୁଛନ୍ତି । କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ଚିଲିକାର ଦାୟିତ୍ୱ ଦେବେ ବୋଲି ଆଶା କରି ଚଳାଇଛନ୍ତି ବିଜୁ ଜନତା ଦଳ ସଂଗଠନ । ଆଜିଠାରୁ ଆରମ୍ଭ ହେଲା ଚିଲିକାରେ ସମସ୍ତ ପଞ୍ଚାୟତ ରେ କର୍ମୀ ମାନଙ୍କୁ ନେଇ ହେବ ସବୁ କ୍ଷେତ୍ରରେ କର୍ମୀସମ୍ମିଳନୀ ।
ବିରିବାଡ଼ି ପଞ୍ଚାୟତ ମା ରତ୍ନମାଳି ମନ୍ଦିର ପ୍ରାଙ୍ଗଣରେ ପୂର୍ବତନ ବିଧାୟକ ଙ୍କ କର୍ମୀ ସମ୍ମିଳନୀ !!!

