Site icon Awaj Media

ଗାନ୍ଧୀବାଦୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ସ୍ମୃତି ସଦା ଜୀବନ୍ତ : ପ୍ରାଧ୍ୟାପକ କଲିମୁଲ୍ଲା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଉପକଣ୍ଠ ପଟଣା ଗ୍ରାମର ସାଂସ୍କୃତିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ, ଆଲୋଚନା ଚକ୍ର, ପତ୍ର ପତ୍ରିକା ଉନ୍ମୋଚନ ଓ ପ୍ରତିଷ୍ଠାନ ସେବାକାର୍ଯ୍ୟର ତୈଳଚିତ୍ର ଉନ୍ମୋଚନ ଆଦି ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . କାର୍ଯ୍ୟକ୍ରମ ଅବସରରେ ଗାନ୍ଧିବାଦୀ ଚିତ୍ରଶିଳ୍ପୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ଅଷ୍ଟମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ସଭାପତି ଇଂ. ଅଶୋକ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ମୁଖ୍ୟବକ୍ତା ଚିତ୍ତ ରଂଜନ ବେହେରା, ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଅଶୋକ ପଟ୍ଟନାୟକ, କବି ପ୍ରତିଭା ଶତପଥୀ, ପ୍ରାଧ୍ୟାପକ କଲିମୁଲ୍ଲା, କଥାକାର ଶରତ ରାୟ, ସମବାୟବିତ୍ ମହେନ୍ଦ୍ର ନାୟକ, ଇଂ.ପ୍ରଦୀପ ବେହେରା, ସଂଗଠକ ରୁଦ୍ର ନାରାୟଣ ଦାସ, ସମାଜସେବୀ ବିନୋଦ ବେହେରା, କବି ସରୋଜ ନଳିନୀ ପରିଜା ପ୍ରମୁଖ ମଞ୍ଚାସିନ ଥିଲାବେଳେ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version