Site icon Awaj Media

ଆତ୍ମୀୟତା ଦେଖାଇ ମନ ଜିତିଲେ ନୟାଗଡ ବିଜେପି ନେତ୍ରୀ ଇରାନୀ ରାୟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଆତ୍ମୀୟତା ଦେଖାଇ ମନ ଜିତିଲେ ନୟାଗଡ ବିଜେପି ନେତ୍ରୀ ଇରାନୀ ରାୟ . ଦଳିତ ବସ୍ତିରେ ଲୋକଙ୍କ ସହିତ ବସି ଖାଦ୍ୟ ଖାଇ ସମସ୍ତଙ୍କ ମନ ଜିତିଲେ ନୟାଗଡ଼ ବିଜେପି ନେତ୍ରୀ ଶ୍ରୀମତୀ ଇରାନୀ ରାୟ । ନିକଟ ଅତୀତରେ ବାଉଁଶିଆପଡା ପଞ୍ଚାୟତ ର ଛଅ ନମ୍ବର ଓ୍ୱାର୍ଡ ରେ ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା . କାର୍ଯ୍ୟକ୍ରମ ଅବସରରେ ଗାଁ ସଭାପତି, ଉପ-ସଭାପତି ଏବଂ ଯୁବ ସଭାପତି ଙ୍କ ସମେତ ବହୁ କର୍ମୀ ବିଜେପି ଦଳରେ ବିଧିବଦ୍ଧ ଭାବେ ମିଶିଥିଲେ । ଗ୍ରାମ ର ଦଳିତ ବସ୍ତିରେ ହୋଇଥିବା ଏକ ଭୋଜି ରେ ଯୋଗଦେଇ ଇରାନୀ ରାୟ ସେମାନଙ୍କ ସହିତ ଏକାଠି ବସି ଖାଦ୍ୟ ଖାଇ ସମସ୍ତଙ୍କ ଅତି ନିଜର ହୋଇ ପାରିଛନ୍ତି । ଇରାନୀ ଙ୍କର ଏପରି ସମସ୍ତଙ୍କ ସହିତ ବସି ଖାଦ୍ୟ ଖାଇବା ଏବଂ ସମସ୍ତ ଙ୍କୁ ଅତି ଆପଣାର ଭାବି ସୁଖଦୁଃଖ ରେ ଭାଗିଦାରୀ ହେବା ଗୁଣ ବହୁ କମ୍ ନେତାଙ୍କ ପାଖରେ ଦେଖାଯାଏ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜନ ହିତକର କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଗ୍ରାମବାସୀ ମାନେ ଇରାନୀ ରାୟଙ୍କୁ ସମର୍ଥନ ଜଣାଇଥିବା ପ୍ରକାଶ କରିଥିବା ବେଳେ ଯଦି ଗୋଟିଏ ଗ୍ରାମର ଜନସାଧାରଣ ନିଜ ଆଡୁ ଆସି ବିଜେପି କୁ ସମର୍ଥନ ଦେଉଛନ୍ତି ଏଥିରୁ ଜଣାପଡୁଛି ନୟାଗଡ଼ ନିର୍ବାଚନ ମଣ୍ଡଳୀ ର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଉପସ୍ଥିତ ବିଜେପି ନେତା କହିଛନ୍ତି . ଆଗାମୀ ଦିନରେ ଜନସାଧାରଣ ନିଶ୍ଚୟ ପରିବର୍ତ୍ତନ ଚାହାନ୍ତି ବୋଲି ବିଜେପି ନେତ୍ରୀ ଇରାନୀ ରାୟ ପ୍ରକାଶ କରିଛନ୍ତି ।

Exit mobile version