Site icon Awaj Media

ସାହିତ୍ୟିକ ତଥା ଦକ୍ଷ ସଂଗଠକ ଆନନ୍ଦ ଚନ୍ଦ୍ର ମହାନ୍ତି ଥିଲେ ସଦର ମାଟିର ଗର୍ବ ଗୌରବ : କବି ଡକ୍ଟର ଚିତ୍ତରଞ୍ଜନ ବେହେରା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଉପକଣ୍ଠ ପଟଣା ଗ୍ରାମର ସାଂସ୍କୃତିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ,ଆଲୋଚନା ଚକ୍ର,ପତ୍ର ପତ୍ରିକା ଉନ୍ମୋଚନ ଓ ପ୍ରତିଷ୍ଠାନ ସେବାକାର୍ଯ୍ୟର ତୈଳଚିତ୍ର ଉନ୍ମୋଚନ ଆଦି ବହୁବିଧ କାର୍ଯ୍ୟକ୍ରମ ପଟଣା କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାସହ ଗାନ୍ଧିବାଦୀ ଚିତ୍ରଶିଳ୍ପୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ଅଷ୍ଟମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସଭାପତି ଇଂ.ଅଶୋକ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ,ମୁଖ୍ୟବକ୍ତା ଚିତ୍ତ ରଂଜନ ବେହେରା,ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଅଶୋକ ପଟ୍ଟନାୟକ, କବୟିତ୍ରୀ ପ୍ରତିଭା ଶତପଥୀ, ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ,ପ୍ରାଧ୍ୟାପକ କଲିମୁଲ୍ଲା, କଥାକାର ଶରତ ରାୟ,ଇଂ.ପ୍ରଦୀପ ବେହେରା,ସଂଗଠକ ରୁଦ୍ର ନାରାୟଣ ଦାସ ପ୍ରମୁଖ ମଞ୍ଚାସିନ ଥିଲାବେଳେ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ସଭାରେ କଣ୍ଠଶିଳ୍ପୀ ଆଶିଷ ମହାନ୍ତି,ଶ୍ୟାମାମଣି ମହାନ୍ତି, ଚିତ୍ରଶିଳ୍ପୀ ଲଲିତ ନାରାୟଣ ସ୍ୱାଇଁ,ଚିତ୍ରଶିଳ୍ପୀ ସୈୟଦ୍ ଅର୍ମାନ୍,ସମାଜସେବୀ ଗଗନ ବିହାରୀ ପାଇଟାଳ,ଯୁବ ସମାଜସେବୀ ଶିଶିର ସାହୁ,ସମାଜସେବୀ ଲଲିତ ରାୟ, ସମାଜସେବୀ ଡୁଡୁଲ୍ ସ୍ୱାଇଁ,ବରିଷ୍ଟ ଫଟୋ ସାମ୍ବାଦିକ ସରୋଜ ମଲ୍ଲିକ,ଯୁବ ସାମ୍ବାଦିକ ଚନ୍ଦନ ମଲ୍ଲିକ,ଶିକ୍ଷାବିତ୍ ସାଗରିକା ମଲ୍ଲିକ,ଅବସର ପ୍ରାପ୍ତ ଜେଲର ସୁରେନ୍ଦ୍ର ନାଥ ମଲ୍ଲିକ, ଯୁବ ସାମ୍ବାଦିକ ଅଶୋକ ବାରିକ,ଯୁବ ସାମ୍ବାଦିକ ସନ୍ଦୀପ ଚୌଧୁରୀ,ସାମ୍ବାଦିକ ସନ୍ଦୀପ ମହାନ୍ତି,ସାମ୍ବାଦିକ ମୁକେଶ ମହାପାତ୍ର, ଯୁବ ସଂଗଠକ ପ୍ରକାଶ ମହାପାତ୍ର, ଓଡ଼ିଶା ସାମ୍ବାଦିକ ୟୁନିଅନ କଟକ ଜିଲ୍ଲା ମୁଖ୍ୟ ପ୍ରଫୁଲ୍ଲ ମହାନ୍ତି, ସାମ୍ବାଦିକ ସତ୍ୟବ୍ରତ, ସାମ୍ବାଦିକ ତପନ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଖବକାଗଜ ପଲ୍ଲୀ ଠାରୁ ଦିଲ୍ଲୀ, ଅଭିନନ୍ଦନ, ଲୋକଭାଷା ଲୋକାର୍ପିତ ହେଇଥିଲା । ଶେଷର ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version