ଅନୁଗୁଳ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅନୁଗୁଳ ସହରରେ ମାତିଛନ୍ତି ଛିନ୍ତାଇ ଲୁଟେରା । ଶୁକ୍ରବାର ସନ୍ଧ୍ୟାରେ ଗାନ୍ଧିମାର୍ଗ ଗୁଜରାଟିପଡ଼ାର ଜଣେ ନାବାଳିକାଙ୍କ ବେକରୁ ଦୁର୍ବୃତ୍ତ ସୁନା ଚେନ୍ ଛିଣ୍ଡାଇ ନେଇଥିବା ଜଣାପଡ଼ିଛି । ଛିନ୍ତାଇର ଶିକାର ହୋଇଥିବା ନାବାଳିକା ହେଲେ ଜଣେ ବ୍ୟବସାୟୀଙ୍କ ୧୧ ବର୍ଷର ଝିଅ । ନାବାଳିକା ଜଣକ ଶୁକ୍ରବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ଘର ସାମ୍ନା ରାସ୍ତାରେ କଥା ହେଉଥିଲେ । ସମୟ ପ୍ରାୟ ସାଢ଼େ ୬ ଟା ବେଳେ ବୁଲେଟ୍ରେ ଜଣେ ଯୁବକ ଆସି ସେଠାରେ ପହଞ୍ଚିଥିଲା । ସେଇ ଜାଗାର ଠିକଣା ପଚାରିବା ବାହାନାରେ ଦୁର୍ବୃତ୍ତ ନାବାଳିକା ବେକରୁ ସୁନା ଚେନ୍ ଛିଣ୍ଡାଇ ହୁଲୁରସିଂହା ଛକ ଆଡ଼କୁ ପଳାଇ ଯାଇଥିଲା । ପାଖରେ ଲାଗିଥିବା ଏକ ସିସିଟିଭିରେ ଦୁର୍ବୃତ୍ତ ର ଛିନ୍ତାଇର ଦୃଶ୍ୟ କଏଦ୍ ହୋଇଛି । ଖବର ପାଇ ଅନୁଗୁଳ ଥାନା ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଅନୁଗୁଳ ସହରରେ ପୁଣି ମାତିଛନ୍ତି ଛିନ୍ତାଇ ଲୁଟେରା !!!

