ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲପଟ୍ଟା ଗ୍ରାମ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଋଷଭ କୁମାର ସାହୁଙ୍କୁ ବଦଳି ଉଦ୍ୟମ ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଦେଖା ଦେଇଛି ଉତ୍ତେଜନା . ଚାରି ମାସ ହେବ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇ ଅତ୍ୟନ୍ତ ଶୃଙ୍ଖଳା ର ସହିତ ଅନୁଷ୍ଠାନଟିକୁ ଚଳାଉଛନ୍ତି । ଶିକ୍ଷା କ୍ଷେତ୍ରରେ ହେଉ କିମ୍ବା ବିଦ୍ୟାଳୟର ଉନ୍ନତି ଦିଗରେ ତାଙ୍କର କାର୍ଯ୍ୟଶୈଳୀ ଅତ୍ୟନ୍ତ ପ୍ରଶଂସନୀୟ । ବାଲିପଟ୍ଟ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ପୂର୍ବରୁ ଠିକ୍ ସମୟରେ ବିଦ୍ୟାଳୟକୁ ନ ଆସିବା ଓ ପାଠ ଠିକ୍ ଭାବରେ ନପଢ଼ାଇବା ଅଭିଯୋଗ ଆସିଥିଲେ ବି ସେହି ସମୟରେ ଥିବା ପ୍ରଧାନ ଶିକ୍ଷକଙ୍କ ଘର ବାଲିପଟ୍ଟା ଗ୍ରାମରେ ହୋଇଥିବାରୁ ତାଙ୍କର ଢିଲାଳିଆ ମନୋଭାବ ଯୋଗୁଁ ବିଦ୍ୟାଳୟର ପରିଚାଳନା ଠିକ୍ ଭାବରେ ହେଉନଥିଲା । କିନ୍ତୁ ଋଷଭ ସାହୁ ଆସିବା ଦିନଠାରୁ ନିଷ୍ଠା ଏକାଗ୍ରତାର ସହିତ ଏସବୁ ଭୁଲର ସମାଧାନ କରି ବିଦ୍ୟାଳୟର ପରିଚାଳନା ସୁଦୃଢ କରି ଆଗେଇ ଚାଲିଛନ୍ତି । କନ୍ତୁ ଦୁର୍ଭାଗ୍ୟର ବିଷୟ କିଛି ଶିକ୍ଷକ ଓ ନ୍ୟସ୍ତ ରାଜିନୈତିକ ଗୋଷ୍ଠୀ ଚାପ ପ୍ରୟୋଗ କରି ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ବସିଛନ୍ତି । ଏ ଖବର ପାଇବା ମାତ୍ରେ ବିଦ୍ୟାଳୟର ମୋ ସ୍କୁଲ ସଭାପତି ସୁଦିପ ଗଡ଼ନାୟକ , ପରିଚାଳନା କମିଟି ର ସଭାପତି ଖଗେଶ୍ଵର ସାହୁ, କମିଟି ମେମ୍ବର ସରୋଜ ସଲିଳ ଗଡ଼ନାୟକ, ଟୁନା ଗଡ଼ନାୟକ, ବରୁଣ ସାହୁ , ମନମୋହନ ପ୍ରଧାନ, ରଞ୍ଜନ କୁମାର ସାହୁ ଏବଂ ବହୁ ଅଭିଭାବକ ମତାମତ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଲିଖିତ ଅଭିଯୋଗ କରିଛନ୍ତି କି ଆଗାମୀ ଦିନରେ ଶ୍ରୀ ସାହୁଙ୍କ ବଦଳିକୁ ବନ୍ଦ ନକରାଗଲେ ଛାତ୍ର , ଛାତ୍ରୀ, ଅଭିଭାବକ ଓ ଜନସାଧାରଣ ଙ୍କ ମିଳିତ ସହଯୋଗରେ ବିଦ୍ୟାଳୟ ସମ୍ମୁଖରେ ତୀବ୍ର ଆନ୍ଦୋଳନ ହେବ .
ପ୍ରଧାନ ଶିକ୍ଷକ ଙ୍କୁ ବଦଳି ଉଦ୍ୟମ କୁ ନେଇ ଉତ୍ତେଜନା !!!

