ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କେନ୍ଦୁପଶି ଗାଁ ରୁ ପୁଲିସ ବିଳମ୍ବିତ ରାତିରେ ଏକ ଫାଇନ ଆସ ବୋଝେଇ ଟ୍ରକ ( ଜିଜେ୧୩- ଏଡବ୍ଲୁ-୦୯୮୪ ) କୁ ଜବତ କରିଛି । ଏଥି ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, କଣିହାଁ ଥାନା ଅନ୍ତର୍ଗତ ଏନଟିପିସି ପାଉଁଶ ପୋଖରୀରୁ ବେଆଇନ ଭାବେ ଏହି ଫାଇନ ଆସକୁ ସଂଗ୍ରହ କରି ଛେଣ୍ଡିପଦା ଥାନା ଅଞ୍ଚଳରେ କିଛି ଦଲାଲ ଗଚ୍ଛିତ ରଖି ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ । ଏ ନେଇ ଛେଣ୍ଡିପଦା ପୁଲିସ ସୂଚନା ପାଇବା ପରେ ବିଳମ୍ବିତ ରାତିରେ କେନ୍ଦୁପଶି ଗାଁରେ ଚଢ଼ାଉ କରି ଟ୍ରକକୁ ଜବତ କରି ଚାଳକ ଗୁଜୁରାଟ ରାଜକୋଟର ଘଡ଼ ସବିର ଭାଇ , ଅନୁଗୁଳ ଥାନା ଅନ୍ତର୍ଗତ ରାଣୀଗୋଡ଼ା ଗାଁର ସୁମିତ ପ୍ରଧାନ କଣିହାଁ ଥାନା ଅନ୍ତର୍ଗତ ଡ଼େରେଙ୍ଗ ଗାଁର ସୁବାଷ ଚନ୍ଦ୍ର ବେହେରା ଓ ବାବୁଲା ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଫାଇନ ଆସ ବୋଝେଇ ଟ୍ରକ ଜବତ : ୪ ଗିରଫ !!!

