ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢ଼େଙ୍କାନାଳ ଲେଖକ ସଂସଦ ର ୪୨ ତମ ସାମ୍ବତ୍ସରିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି . ସ୍ଥାନୀୟ ଶାଣ୍ଡିଲ୍ୟ ବସନ୍ତ ଭବନ ଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୁପେ ଢେଙ୍କାନାଳ ସାଂସଦ ମହେଶ ସାହୁ , ସମ୍ମାନୀତ ଅତିଥି ରୁପେ ଢେଙ୍କାନାଳର ଜିଲ୍ଲାପାଳ ସରୋଜ କୁମାର ସେଠୀ , ଲେଖକ ସଂସଦ ର ମୁଖ୍ୟ ବକ୍ତା ତଥା ପ୍ରାକ୍ତନ ଜିଲ୍ଲାପାଳ ସନାତନ ରାଉତ, ସମ୍ମାନୀୟ ବ୍ୟକ୍ତା ଭବନି ଶଙ୍କର ମିଶ୍ର , ଆଇନଜୀବି ଦୀପ୍ତିଶ ପଟ୍ଟନାୟକ, ଲେଖକ ସଂସଦ ର ସଭାପତି ଭିକାରୀ ଚରଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ସକାଳ ୮ ଘଟିକା ସମୟରେ କବିତା ପଠନ କରାଯିବା ପରେ ଅତିଥି ମାନଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ବଳନ କରାଯାଇଥିଲା । ଏହାପରେ ଗଣେଶ୍ୱର ମିଶ୍ରଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରା ଯାଇଥିଲା । ଲେଖକ ସଂସଦର ସଭାପତିଙ୍କ ବାର୍ଷିକ ବିବରଣୀ ପାଠ କରିଥିଲେ । ସାଂସଦ ଙ୍କ ପାଣ୍ଠି ଦ୍ୱାରା ନିର୍ମିତ ଲେଖକ ସଂସଦ ପାଠାଗାରକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ପୁସ୍ତକ ସପ୍ତାରଣ୍ୟ, ସୁନ୍ଦର ଶ୍ରୀରାମ ଓ ଅଲେଖ ମହିମା ଉନ୍ମୋଚନ କରାଯାଇଥିଲା । ଜିଲ୍ଲାପାଳ ମହୋଦୟ ଲେଖକ ସଂସଦର ଲେଖକ ଓ କବି ମାନଙ୍କର ଲେଖାକୁ ପ୍ରଶଂସା କରିବା ସହ ପାଠାଗାର ପାଇଁ ଆଲମୀରା ଯୋଗାଇଦେବାକୁ ପ୍ରତିଶୃତି ପ୍ରଦାନ କରିଛନ୍ତି । ଏହାପରେ ବିଭିନ୍ନ ଲେଖକ ସଂସଦ ର ସଭାପତି ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।