Site icon Awaj Media

୭୪ ତମ ଏନସିସି ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ଠାରେ ୭୪ ତମ ଏନସିସି ଦିବସ ପାଳିତ ହୋଇଯାଇଛି । ପ୍ରତ୍ୟୁଷ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଭଜମନ ବେହେରା, ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ବୃଷକେତୁ ଦାସ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମହାବିଦ୍ୟାଳୟ ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ପ୍ୟାରେଡ଼ ସ୍ଥଳରେ ପହଞ୍ଚିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏନସିସି ପତାକା ଉତ୍ତୋଳନ କରି ଏନସିସି କ୍ୟାଡେଟ ମାନଙ୍କୁ ସଂଵୋଧନ କରିଥିଲେ । ସେ ନିଜ ବ୍ୟକ୍ତବ୍ୟରେ କ୍ୟାଡଟ ମାନଙ୍କ ଅଭ୍ୟାସ ତଥା ପରିଶ୍ରମର ଭୁୟସୀ ପ୍ରଶଂସା କରିବା ସହ ଦେଶ ମାତୃକାର ସେବା ନିମନ୍ତେ ବ୍ରତୀ ପାଇଁ ଉତ୍ସାହିତ କରିଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ବୃଷକେତୁ ଦାସ ଏନସିସି କ୍ୟାଡେ଼ଟ ମାନଙ୍କୁ ଶପଥ ପାଠ କରାଇଥିଲେ । ପରେ ପରେ ଉଭୟେ ପ୍ୟାରେଡ଼ ନିରୀକ୍ଷଣ କରିଥିଲେ । ଏନସିସି କ୍ୟାଡେ଼ଟ ମାନେ ସିନିୟର ଡିଭିଜନ SUO ତରୁଣ ଚିନ୍ତାଡ଼ାଙ୍କ ନେତୃତ୍ୱରେ ଉଚ୍ଚକୋଟିର ମାର୍ଚ୍ଚପାଷ୍ଟ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ଏନସିସି ଅଧିକାରୀ ହରିହର ଦାଶ, ଜଗନ୍ନାଥ ପଟ୍ଟନାୟକ ପରିଚାଳନା କରିଥିଲେ . ମହାବିଦ୍ୟାଳୟ ର ଅଧ୍ୟାପିକା ଶ୍ରୀମତି ସୁଜାତା ଗୋମାଙ୍ଗ , ଵ୍ୟୈଦମଧୁ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Exit mobile version