Site icon Awaj Media

ବାଣପୁର ଅଞ୍ଚଳରେ ବିବାହିତା ମହିଳାଙ୍କ ଠାରୁ ଲୁଟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅର୍ନ୍ତଗତ ସୁନାକେରା ଗ୍ରାମର ଜଣେ ବିବାହିତ ମହିଳାଙ୍କ ଠାରୁ ଲୁଟ ହୋଇଥିବାର ସୂଚନା ମିଳିଛି । ଦିନକୁ ଦିନ ହାଇଟେକ୍ ଲୁଟେରା ମାନଙ୍କ ଲୁଟ କାରନାମା ବଢ଼ିବାରେ ଲାଗିଲାଣି . ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଣପୁର ଅଞ୍ଚଳରେ . ସୂଚନା ମୁତାବକ ଆଜି ଅପରାହ୍ନ ୧ ଘଟିକା ସମୟରେ ସୁନାକେରା ଗ୍ରାମର ପୁଷ୍ପା ପ୍ରଧାନ ଓ ତାଙ୍କ ଭାଇଙ୍କ ବାଇକ ଯୋଗେ ଅନ୍ତରକିଆୟାରି ଛକ ଠାରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କ୍ ନନ୍ଦପୁର ଶାଖା ରୁ ନିଜର ସୁନାରୁପା ଗହଣାକୁ ମୁକୁଳେଇ ନିଜ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଦୁର୍ବୁତ୍ତ ତାଙ୍କ ବାଇକକୁ ପିଛା କରି କରି ଆସି ହଠାତ୍ ପାରିନୂଆଁଗା ଛକ ନିକରେ ତାଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ ସହ ତାଙ୍କ ଭ୍ୟାନିଟ ଓ ତାଙ୍କ ନିକଟରୁ ପାଞ୍ଚ ଲକ୍ଷ ଟଙ୍କାର ସୁନା ଗହଣା ସହିତ ନଗଦ ୩୫ ହଜାର ଟଙ୍କା ନେଇ ଦୋଳ ମୁଣ୍ଡେଇ ଗ୍ରାମ ଆଡେ ଫେରାର ହୋଇ ଯାଇଥିଲେ . ସଙ୍ଗେ ସଙ୍ଗେ ବାଣପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version