ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାର ୯୦ଟି ରୁପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ସୋମବାର ଅପରାହ୍ନରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନସିଂ ମାଧ୍ୟମରେ ଏହାକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟର ୯୦ଟି ଉଚ୍ଚ ବିଦ୍ୟାଳୟ ରୁପାନ୍ତରିତ ପରେ ୨ୟ ପର୍ଯ୍ୟାୟରେ ୧୦୨ଟି ଉଚ୍ଚ ବିଦ୍ୟାଳୟର ରୁପାନ୍ତରିତ କରାଯିବାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ ଘୋଷଣା କରିଥିଲେ । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ, ଢ଼େଙ୍କାନା ସାଂସଦ ମହେଶ ସାହୁ, ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତି କିଷାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ପାଲଲହଡ଼ା ବିଧାୟକ ମୁକେଶ ପାଳ ଓ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଶ୍ରେୟାଂଶା ପ୍ରଧାନ ପ୍ରମୁଖ ମଞ୍ଚସୀନ ଥିଲେ । ଜିଲ୍ଲାରେ ୯୦ଟି ଉଚ୍ଚ ବିଦ୍ୟାଳୟରକୁ ରୁପାନ୍ତରିତ କରାଯାଇ ଥିବାରୁ ଢ଼େଙ୍କାନାଳ ସାଂସଦ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀ ଶ୍ରେୟାଂଶା ବିଦ୍ୟାଳୟର ରୁପାନ୍ତରିତ ନେଇ ମୁଖ୍ୟମନ୍ତ୍ରୀ ଓ ଫାଇଭ ଟି ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଭବିଷ୍ୟତରେ ଡ଼ାକ୍ତର ହେବେ ବୋଲି କହିଥିଲେ ।
୯୦ଟି ରୁପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !!!

