Site icon Awaj Media

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳକଙ୍କ ହାକିମାତିର ଅଡିଓ ଭାଇରାଲ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳକଙ୍କ ହାକିମାତିର ଅଡିଓ ଭାଇରାଲ ହେବାରେ ଲାଗିଛି । ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଏକ ବିବାଦକୁ ପଦାରେ ପକାଇଛି । ଜିଲ୍ଲା ଚିକିତ୍ସାଳୟରେ ପୂର୍ବରୁ ରୋଗୀ ଶୋଷଣ, ବିଭିନ୍ନ ଅବ୍ୟାବସ୍ଥା, ମେଡିକାଲରୁ ରୋଗୀ ଫେରାର, ଟଙ୍କା ନେଇ ରୋଗୀ ଚିକିତ୍ସା, ନିଯୁକ୍ତିରେ ଅନିୟମିତତା, ସୁରକ୍ଷା କର୍ମୀ ଗୁରୁତର ରୋଗୀକୁ ଇଂଜେକସନ ଦେବା, ଲକ୍ଷାଧିକ ଟଙ୍କାର ପୁରୁଣା ମେଡିସିନ ଜବତ ହେବା ଘଟଣା ସାମନାକୁ ଆସିଥିଲା । ଏହି ସବୁ ଘଟଣା ଗଣାମଧ୍ୟମରେ ପ୍ରକାଶିତ ହେବା ଯୋଗୁଁ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରୋଶରେ ସୁରକ୍ଷା କର୍ମୀଙ୍କ ଦ୍ଵାରା ଆକ୍ରମଣ କରାଯାଇଥିଲା । ଚିକିତ୍ସାଳୟରେ ଏବେ ଆଉ ଏକ ଘଟଣା ସାମନାକୁ ଆସିଛି । ଏକ ଅଡିଓ ଭାଇରାଲ ହେଉଛି ଯେଉଁଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିଚାଳକଙ୍କ ହାକିମାତି ସମ୍ପର୍କରେ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ବ୍ୟକ୍ତିଙ୍କ ସହ କଥା ହେଇଛନ୍ତି । ଏହି ଅଡିଓରେ ପ୍ରସୂତି ବିଭାଗରେ ଭର୍ତ୍ତି ହେଉଥିବା ପ୍ରସୂତି ମାନଙ୍କୁ ବାହାରୁ ତେଲ, ସାବୁନ, ଡେଟଲ ଓ ଗ୍ଳୋଭସ କିଣିବାକୁ ବାଧ୍ୟ କରା ଯାଉଥିବା ସମ୍ପର୍କରେ ଜଣାଇଛନ୍ତି । ପରିଚାଳକଙ୍କୁ ଏ ସମ୍ପର୍କରେ ଅଭିଯୋଗ କଲେ ସେ କିଛି ଶୁଣୁ ନାହାନ୍ତି । ଯିଏ ଏ ନେଇ ଅଭିଯୋଗ କରୁଛି ତାକୁ ଅଯଥା କାରଣ ଦର୍ଶାଇ ଗାଳି କରୁଛନ୍ତି ପରିଚାଳକ । ଚିକିତ୍ସାଳୟର ଠିକା କର୍ମଚାରୀ ମାନଙ୍କର ନବୀକରଣ ସମୟରେ ଜଣ ପିଛା ୧ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଉଛି ବୋଲି ଅଡିଓରେ କୁହାଯାଇଛି । ଠିକା କର୍ମଚାରୀ ମାନଙ୍କୁ ଅଧିକାଂଶ ସମୟରେ ଗାଳି ଗୁଲଜ କରୁଛନ୍ତି ପରିଚାଳକ । ତେବେ ଏ ସମ୍ପର୍କରେ ଚିକିତ୍ସାଳୟ ପରିଚାଳକ ଦେବାଶିଷ ଦାଶଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Exit mobile version