ଆଠଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆରମ୍ଭ ହୋଇଯାଇଛି ହାଡ଼ଭଙ୍ଗା ଜାଡ . ଏହି ଜାଡରୁ କିପରି ସମାଜର ଗରିବ ଅଭାବୀ ଅବହେଳିତ ଜନସାଧାରଣ ସୁରକ୍ଷିତ ରହିବେ ଏଥିପାଇଁ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ସାମାଜିକ ସଂଗଠନ ଆଠଗଡ଼ ବିକାଶ ମଞ୍ଚ ପ୍ରୟାସ ଆରମ୍ଭ କରିଛି . ଆଜି କୁମାରପୁର ପଞ୍ଚାୟତର କୁମାରପୁର ଭୋଇ ସାହିରେ ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ମହିଳା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି .
ମଞ୍ଚ ସଭାପତି ତଥା ଯୁବ ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଯୋଗଦେଇ ଭୋଇ ସାହିର ଦୁଃସ୍ଥ ଅଭାବୀ ମହିଳା ମାନଙ୍କୁ କମ୍ବଳ ବାଣ୍ଟିଥିଲେ . ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ସଭାପତି ମାଗୁଣି ରାଉତ ଉପସ୍ଥିତ ଥିଲେ . ଚଳିତ ବର୍ଷ ମଞ୍ଚ ପକ୍ଷରୁ ସମାଜସେବୀ ଶ୍ରୀ ବସ୍ତିଆ ଅଦ୍ୟାବଧି ନିର୍ବାଚନ ମଣ୍ଡଳୀର ୧୪ ରୁ ଅଧିକ ଗ୍ରାମରେ ଶୀତବସ୍ତ୍ର ବଣ୍ଟନ କରି ସାରିଥିବା ପ୍ରକାଶ . ମଞ୍ଚର ଏହି ପ୍ରୟାସ କେବଳ ଏହି ବର୍ଷର ନୁହେଁ ଆଜକୁ ୧୫ବର୍ଷ ଧରି ଏହି କାର୍ଯ୍ୟକ୍ରମ ଜାରି ରହିଛି .

