ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଳକ ଆୟତପୁର ଗ୍ରାମ ପଞ୍ଚାୟତର ଶ୍ରୀ ଶ୍ରୀ ପାତାଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ବିଜେଡ଼ି ନେତା ତଥା ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ଆଜି ଶହ ଶହ କର୍ମୀଙ୍କୁ ନେଇ କର୍ମୀ ସମ୍ମିଳନୀ ଆରମ୍ଭ କରିଛନ୍ତି । ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ,ତେଣୁ ଆଗକୁ ନଜର ରଖି ଚାଲିଛି ଦଳୀୟ କର୍ମୀଙ୍କ ସଜବାଜ । ଚିଲିକା ନିର୍ବାଚନ ମଣ୍ଡଳୀ ରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ପୁନର୍ବାର ଦେଖିବା ପାଇଁ ଇଚ୍ଛା କରିଛନ୍ତି ଦଳୀୟ କର୍ମୀ । ସେହିଭଳି ଆଜି ବାଣପୁର ବ୍ଲକ ଆୟତପୁର ଗ୍ରାମ ପଞ୍ଚାୟତରେ ସମସ୍ତ କର୍ମୀ ଆଜି ପୂର୍ବତନ ବିଧାୟକଙ୍କୁ ଦେଖି ଜୋରରେ ତାଳି ମାରି , ହୁଳହୁଳି ପକେଇବା ସହିତ ସ୍ୱାଗତ କରି ପାଛୋଟି ନେଇଥିଲେ । ଉକ୍ତ କର୍ମୀ ସମ୍ମିଳନୀରେ ବାଣପୁର ବ୍ଳକ ବିଜୁ ଜନତା ଦଳ ସଭାପତି ଭବାନୀ ଶଙ୍କର ବଳିୟାରସିଂହ, ଉପ-ସଭାପତି ସୁକାନ୍ତ ଭୋଳ, ବ୍ଳକ ଯୁବ ବିଜେଡି ସଂପାଦକ ଦୀପକ କୁମାର ଘଡେଇ ଏବଂ ଆୟତପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ହରଷମଣୀ ସେଠୀ ଉପସ୍ଥିତି ରହି କର୍ମୀ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଆୟତପୁର ଗ୍ରାମର କୁଶ ପ୍ରଧାନ, ବୁବୁ ପ୍ରଧାନ, କାହ୍ନୁ ଚରଣ ପ୍ରଧାନ, ନନ୍ଦୁ ପ୍ରଧାନ, ଗୋପୀନାଥ ପ୍ରସାଦ ଗ୍ରାମର ବିଦ୍ୟାଧର ପ୍ରଧାନ, ସିଲୁ ସାହୁ, ସୁରେଶ ସାହୁ, ଶିବ ନାରାୟଣ ଜେନା, ତୋଟା ଗ୍ରାମର ଦିଲୀପ ମୁଦୁଲି, ବାବାଜି ପ୍ରଧାନ, ବେଲେଡି ଗ୍ରାମର ଫକିର ମୁଦୁଲି, ରଘୁ ସାହୁ, ମହାର ପରିଡା ଏବଂ ପାଳଧୁଆପଲି ଗ୍ରାମର ସାଧୁ ଜେନା ସମସ୍ତ ୧୪ ପରିବାର ଭାରତୀୟ ଜନତା ପାର୍ଟି ଛାଡ଼ି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ଆୟତପୁର ଗ୍ରାମ ପଞ୍ଚାୟତରେ ୧୪ ପରିବାର !!!

