Site icon Awaj Media

କର୍ଣ୍ଣପାଳ ଗ୍ରାମରେ ମା ଲୁଧୁଣୀ କ୍ରିକେଟ୍ ଟିମ୍ ଆନୁକୂଲ୍ୟରେଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ ଉଦଯାପିତ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କଣିହାଁ ବ୍ଲକ ଅନ୍ତର୍ଗତ ମା ଲୁଧୁଣୀ କ୍ରିକେଟ୍ ଟିମ୍ ଆନୁକୂଲ୍ୟରେଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ ଟି ଦଳ ଭାଗ ନେଇଥିବା ସମୟରେ ଫାଇନାଲ ରେ ପହଞ୍ଚିଥିଲେ ଅଗ୍ନି ଷ୍ଟାର ଖମାର ଓ ରେଡ ଷ୍ଟାର ଖମାର । ପ୍ରଥମେ ରେଡ ଷ୍ଟାର ଟସ୍ ଜିତି ବ୍ୟାଟିଂ କରି ୫୭ ରନ ସଂଗ୍ରହ କରିଥିଲା ଓ ବିଜୟ ଲକ୍ଷ ପାଇଁ ଅଗ୍ନି ଷ୍ଟାର କୁ ଦରକାର ଥିଲା ୫୮ । ରେଡ ଷ୍ଟାର ବ୍ୟା୍ଟସ ମ୍ୟାନ୍ ଧୁଆଁ ଧାର ବ୍ୟାଟିଂ କରି ୫ ଓଭରରେ ବିଜୟ ହାସଲ କରିଥିଲେ । ଖେଳରେ ମୂଖ୍ୟ ଅତିଥି ଭାବେ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀମାନ ବନମାଳୀ ବେହେରା ଯୋଗ ଦେଇ ବିଜୟୀ ଏବଂ ରନର୍ସ ଦଳକୁ ଚମ୍ପିଆନ ଟ୍ରଫି ଓ ରନର୍ସ ଅପ ଟ୍ରଫି ପ୍ରଦାନ କରିଥିଲେ ।

Exit mobile version