Site icon Awaj Media

ବାଣପୁର ସ୍ଥିତ ଗଛ ବାଲୁଙ୍କେଶ୍ୱର ମନ୍ଦିର ର “ଦଧି ନଉତି” ପୁନରୁଦ୍ଧାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗୋଦାବରୀଶ ବିଦ୍ୟାପୀଠ ଅଚ୍ୟୁତରାଜପୁର ମୌଜାର ହାତୀମୁଣ୍ଡା ନିକଟ ଗଛ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ବହୁ ପୂରାତନ ଅଟେ . କିମ୍ବଦନ୍ତୀ ଅନୁଯାୟୀ ଏହା ପ୍ରାୟତଃ ୨୦୦୦ବର୍ଷ ପୂର୍ବର , ଇତିହାସ କହେ ବାଣପୁରରେ ବାଣାସୁରଙ୍କ ରାଜୁତି କାଳରୁ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ୨୦୧୦ ମସିହାରେ ବଜ୍ରପାତରେ ଏହାର ଦଧିନଉତି ନଷ୍ଟ ହୋଇ ଯାଇଥିଲା । ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ପ୍ରତିଷ୍ଠା ହୋଇ ପାରିନଥିଲା । ଦେବୋତ୍ତର ବିଭାଗ ମନ୍ଦିର ଦାୟିତ୍ୱ ନେବା ପରେ ମନ୍ଦିର ଟ୍ରଷ୍ଟି ମାନଙ୍କ ଚେଷ୍ଟା ଓ ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗରେ ଗତକାଲି ଦଧିନଉତି ର ପ୍ରତିଷ୍ଠା ସହିତ ହୋମଯଜ୍ଞ କରାଯାଇଛି । କାର୍ଯ୍ୟକ୍ରମରେ ମନ୍ଦିରର ଟ୍ରଷ୍ଟ ମ୍ୟାନେଜିଂ ଟ୍ରଷ୍ଟି ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁକଲ୍ୟାଣ ପାଣିଗ୍ରାହୀ, ମ୍ୟାନେଜିଂ ବଡିର କର୍ମକର୍ତ୍ତା ଶ୍ରୀମତୀ ମୀନତି ମହାପାତ୍ର, ସୁକାନ୍ତ ବାରିକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Exit mobile version