Site icon Awaj Media

ବାଲୁଗାଁ ମହାବିଦ୍ୟାଳୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟର ଗ୍ରନ୍ଥାଗାରିକା ରେଣୁବାଳା ଦାସଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ମଙ୍ଗଳବାର ଦିନ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ବିନତି ମଞ୍ଜରୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୭ ବର୍ଷରୁ ଅଧିକ ସମୟ ଧରି ମହାବିଦ୍ୟାଳୟରେ ନିରବଚ୍ଛିନ୍ନ ଓ ନିଷ୍ଠାପର ଭାବେ ଗ୍ରନ୍ଥାଗାରିକା ଭାବେ ଦାୟିତ୍ୱ ନିଷ୍ପାଦନ କରି ଗ୍ରନ୍ଥାଗାରର ଗୁଣାତ୍ମକ ଅଭିବୃଦ୍ଧି କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ପଠନଶୀଳତା ମନଯୋଗ ବିକଶିତ କରିଥିବା ରେଣୁବାଳା ଦାସଙ୍କ ମହାନୁଭବ ଗୁଣାବଳୀ ସମ୍ପର୍କରେ ପ୍ରାଧ୍ୟାପକ ଅକ୍ଷୟ କୁମାର ମହାପାତ୍ର, ଯୁକ୍ତଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଶିକ୍ଷକ ସଂଘ ସଂପାଦକ ବିଜୟ କୁମାର ରାଉତ, ଡକ୍ଟର ମୋନାଲିସା ମାନସିଂହ, ଅଧ୍ୟାପକ ମୃଦାନି ଶଙ୍କର ପ୍ରସାଦ ମିଶ୍ର, ପ୍ରବୀଣ ଜେନା, ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ଅକ୍ଷୟ କୁମାର ମିଶ୍ର କ୍ରିଷ୍ଣା ସେଠୀ, ସ୍ଵାତୀ ସ୍ୱାଗତିକା ସାହୁ, ଶଶାଙ୍କ ଶେଖର ବିଶ୍ଵାଳ ପ୍ରମୁଖ ଆଲୋକପାତ କରିଥିଲେ । ଏହି ଅବସରରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ରାଉତ ବିଦାୟୀ କର୍ମଚାରୀ ଶ୍ରୀମତୀ ରେଣୁବାଳା ଦାସଙ୍କୁ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କ ପକ୍ଷରୁ ମାନପତ୍ର ପ୍ରଦାନ ସହ ଉପଢୌକନ ପ୍ରଦାନ କରିବା ସହିତ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାପରେ ଶ୍ରୀମତୀ ଦାସ ନିଜ ଦୀର୍ଘ ବର୍ଷ ର କର୍ମମୟ ଜୀବନର ଅଭୁଲା ଅନୁଭୂତି ଉପସ୍ଥାପନ କରିଥିଲେ । ଧନ୍ୟବାଦ ପ୍ରଦାନ କରିଥିଲେ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ।ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ।

Exit mobile version