Site icon Awaj Media

କୋଇଲା ଷ୍ଟକ ୟାର୍ଡ଼ ଉଛେଦ ଦାବୀ ରେ ଗ୍ରାମବାସୀଙ୍କ ରେଳ ରୋକ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ହଣ୍ଡପା ରେଳ ଷ୍ଟେସନ ନିକଟରେ ଥିବା କୋଇଲା ଷ୍ଟକ ୟାର୍ଡ଼କୁ ଉଛେଦ କରାଯିବା ଦାବିରେ ମଙ୍ଗଳବାର ଶତାଧିକ ଗ୍ରାମବାସୀ ସକାଳ ୮ଟା ୩୦ରୁ ରେଳ ରୋକ କରିଥିଲେ । ଯାହାଫଳରେ ସମ୍ବଲପୁର – ପୁରୀ ଇଣ୍ଟରସିଟି ଓ ମାଲଗାଡି ହଣ୍ଡପା ରେଳଷ୍ଟେସନ ବାହାରେ ଅଟକି ରହିଥିଲା । କିଛି ନ୍ୟସ୍ତ ସ୍ଵାର୍ଥ ବ୍ୟକ୍ତି ବନ୍ଧୁକ ମୁନରେ ଲୋକଙ୍କୁ ଭୟଭୀତ କରାଇ ଷ୍ଟକ ୟାର୍ଡରୁ କୋଇଲା ପରିବହନ କରୁଛନ୍ତି । ଯାହା ହେବା ଦ୍ୱରା ସମ୍ପୂର୍ଣ୍ଣ ଅଞ୍ଚଳରେ ଏବେ କୋଇଲା ଗୁଣ୍ଡ ଛାଇ ଯାଇଛି । ଲୋକେ ପିଇବା ପାଣି ପାଉ ନାହାଁନ୍ତି । ସବୁଜିମା କ୍ଷେତରେ ଆଉ ଫସଲ ହୋଇପାରୁନି । ଯାହାକୁ ନେଇ ଲୋକେ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଏହି ଷ୍ଟକ ୟାର୍ଡ ହେବା ଦ୍ୱାରା ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ହେଉଛି । କୋଇଲା ଗୁଣ୍ଡ ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷିତ ହେବା ଆରମ୍ଭ କଲାଣି । ଏହାଦ୍ଵାରା ଜଳ, ଜମି ଏବଂ ଜୀବିକା ସବୁକିଛି ପ୍ରଭାବିତ ହୋଇଥିବା ଗ୍ରାମବାସୀ କହିଛନ୍ତି । ବିଧାୟକ କିମ୍ବା ସମ୍ବଲପୁର ସାଂସଦ ଆସି କୋଇଲା ଡମ୍ପ ୟାର୍ଡ ହଣ୍ଡପାରୁ ଉଛେଦ ପାଇଁ ପ୍ରତିଶ୍ରୁତି ନଦେଲେ ସେମାନେ ଉଠିବେ ନାହିଁ ବୋଲି ଲୋକମାନେ ଦାବି କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଜଣେ ଏସଡିପିଓ , ୫ ଜଣ ସବ୍‌ ଇନ୍ସସପେକ୍ଟର, ୭ ଜଣ ଇନ୍ସପେକ୍ଟର ଓ ପାଞ୍ଚ ପ୍ଲାଟୁନ ଫୋର୍ସକୁ ନିୟୋଜିତ କରାଯାଇଛି ।

Exit mobile version