Site icon Awaj Media

ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ଙ୍କ ବାଲୁଗାଁରେ ବିଶାଳ ବାଇକ ରାଲି : ବିରୋଧୀଙ୍କୁ କଲେ ଟାର୍ଗେଟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ସହର ଆଜି ସବୁଜ ମୟ ହୋଇଯାଇଛି । ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡ଼ି ଜିନ୍ଦାବାଦ ସ୍ଲୋଗାନରେ କମ୍ପି ଉଠିଲା ବାଲୁଗାଁ । ଦୀର୍ଘ ଅଢେଇ ବର୍ଷ ପରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ତଥା ପୂର୍ବତନ ବିଧାୟକ ରଘୁନାଥ ସାହୁ ବାଲୁଗାଁ ଏନଏସିରେ ଏକ ବିଶାଳ ରାଲି କରିଛନ୍ତି । ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ନେତୃତ୍ୱରେ କେବଳ ବାଲୁଗାଁ ଏନଏସିର ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ଵ ପୁରୁଷ ଏବଂ ମହିଳା କର୍ମୀମାନେ ଆଜି ସମଗ୍ର ଏନଏସି ପରିକ୍ରମା କରିଥିଲେ । ଉକ୍ତ ବିଶାଳ ଶୋଭାଯାତ୍ରା ବାଲୁଗାଁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରୁ ବାହାରି ସମଗ୍ର ଏନଏସିର ୧୧ ଟି ୱାର୍ଡ ଅତିକ୍ରମ କରିଥିଲା । ଏହି ସମୟରେ ସ୍ଥାନୀୟ ଗାନ୍ଧୀ ଛକରେ କର୍ମୀ ମାନଙ୍କୁ ଶ୍ରୀ ସାହୁ ସମ୍ବୋଧିତ କରିବା ସହ ଦରଦାମ ବୃଦ୍ଧି ବିରୋଧରେ ବିଜେପିକୁ ଟାର୍ଗେଟ କରିଥିଲେ । କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେଡି କର୍ମୀ । ପରିଶେଷରେ ଶୋଭାଯାତ୍ରାଟି ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା । ଚିଲିକା ନିର୍ବାଚନ ମଣ୍ଡଳୀର ଅଢେଇ ଲକ୍ଷ ଭୋଟରଙ୍କ ସାଥିରେ ସେ ଅଛନ୍ତି ଏବଂ ରହିଥିବେ ବୋଲି କହିଥିଲେ ରଘୁନାଥ ସାହୁ । କର୍ମୀମାନଙ୍କ ସୁଖ ଦୁଃଖରେ ସଦାବେଳେ ସେ ଅଛନ୍ତି ଓ ରହିବେ । ଆଜି କେବଳ ଏନଏସିର ହଜାର ହଜାର କର୍ମୀଙ୍କୁ ନେଇ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାର ସେ କହିଛନ୍ତି । ତତ ସହିତ ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଚିଲିକା ନିର୍ବାଚନ ମଣ୍ଡଳୀରେ ତାଙ୍କ ନେତୃତ୍ୱରେ ପୁଣି ଥରେ ଶଙ୍ଖ ବାଜିବ ବୋଲି ଶ୍ରୀ ସାହୁ କହିଛନ୍ତି ।

Exit mobile version