Site icon Awaj Media

ନିମାଇଁମଲ୍ଲ ଚଣ୍ଡୀ ମନ୍ଦିର ଠାରେ ବାଲୁଗାଁ ନଗର ମଣ୍ଡଳ ବିଜେପି ବନ୍ଧୁମିଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନିମାଇଁମଲ୍ଲ ସ୍ଥିତ ମା ଚଣ୍ଡୀ ମନ୍ଦିର ଠାରେ ବାଲୁଗାଁ ନଗର ମଣ୍ଡଳ ବିଜେପି ର ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଥିଲା . ଏଥିରେ ଖୋର୍ଧା ଜିଲ୍ଲା ବିଜେପି ସଂପାଦକ ଦୁଷ୍ମନ୍ତ ହରିଚନ୍ଦନ ଯୋଗଦେବା ସହ ବାଲୁଗାଁ ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀ. ବାଲୁଗାଁ ନଗର ମଣ୍ଡଳ ବିଜେପି ସଂପାଦକ ଅଜୟ ତରାଇ. ସହ ସଂପାଦକ ଲକ୍ଷ୍ମୀଧର ବେହେରା, ବିପ୍ଲବୀ ରବି ଶଙ୍କର ସାହୁ ଙ୍କ ସମେତ କାହ୍ନୁଚରଣ ପଲାଇ. କେଦାର ମାଝୀ ,ବିଶ୍ୱନାଥ ତରାଇ, ପବିତ୍ର ପ୍ରଧାନ , ତପନ ପ୍ରଧାନ , ପ୍ରଶାନ୍ତ ବେହେରା , ଜମ୍ବେଶ୍ୱର ନାୟକ , ଯୋଗେନ୍ଦ୍ର ସେଠୀ , ବରିଷ୍ଟ ବିଜେପି ନେତା ଲୋଚନ ମହାରଣାଙ୍କ ସମେତ ବାଲୁଗାଁ ନଗର ମଣ୍ଡଳ ବିଜେପି ର ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Exit mobile version