ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଉପ-ଜଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା “ଜୱାଦ୍” ର ମୁକାବିଲା ପାଇଁ ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବାତ୍ୟାକୁ ଆଖି ଆଗରେ ରଖି ସରକାରୀ ଅଫିସର ମାନଙ୍କର ଛୁଟିକୁ ବାତିଲ୍ କରାଯିବା ସହ ୨୪ଘଣ୍ଟଠିଆ ସତର୍କତା ଅବଲମ୍ବନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମ୍ଭାବ୍ୟ ବାତ୍ୟାରେ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରାଯାଇ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଆବଶ୍ୟକ ସ୍ଥଳେ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ସମସ୍ତ ପ୍ରକାର ଖାଦ୍ୟ ଓ କିରୋସିନ ମହଜୁଦ୍ ରଖାଯାଇଛି । ଆବଶ୍ୟକ ପଡିଲେ ଗଛ କାଟିବା, ରାସ୍ତା ସଫା କରିବା, ବିଦ୍ୟୁତ୍ ଲାଇନ୍ ମରାମତି କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଚାଷୀ ଭାଇ ମାନେ ସେମାନଙ୍କ ଧାନ ଫସଲକୁ ତୁରନ୍ତ କାଟି ଅମଳ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯେଉଁ ମାନଙ୍କ ବିଲରେ ଧାନ ଅମଳ ଉପଯୋଗୀ ହୋଇ ନାହିଁ ସେମାନେ ଧାନ ଉପରେ ପଲିଥିନ୍ ଘୋଡେଇ ରଖନ୍ତୁ । କିପରି ବିଲରେ ପାଣି ଜମିବ ନାହିଁ ସେଥିପ୍ରତି ଦୃଷ୍ଟିଦେଇ ଜଳ ନିଷ୍କାସନ ପାଇଁ ନଳା ସୃଷ୍ଟି କରିବା ଏବଂ ଏହି ସମୟରେ କୀଟନାଶକ ଔଷଧ ଓ ରବି ବିହନ ବିଲରେ ନ ପକାଇବା , ରବି ଫସଲକୁ ଅମଳ କରାଇ ନେବା ପାଇଁ କୃଷି ବିଭାଗ ପକ୍ଷରୁ ସଚେତନତା ରଥ ବୁଲିବା ସହ ଜନସାଧାରଣଙ୍କୁ ସତର୍କତା କରାଇବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡା, ଡମପଡ଼ା ତହସିଲଦାର କ୍ଷୀତିସ ବେହେରା, ବାଙ୍କୀ ବି.ଡି.ଓ ପ୍ରଦୀପ୍ତ କୁମାର ଶତପଥୀ, ଡମପଡ଼ା ବ୍ଲକ ବି.ଡି.ଓ. ଶ୍ୟାମଳ ରାୟ, କୃଷି ଜିଲ୍ଲା ଅଧିକାରୀ ଶୈଳେନ୍ଦ୍ର ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ସମ୍ଭାବ୍ୟ ବାତ୍ୟା “ଜୱାଦ୍” ମୁକାବିଲା ପାଇଁ ବାଙ୍କୀରେ ପ୍ରଶାସନିକ ପ୍ରସ୍ତୁତି ବୈଠକ !!!

