Site icon Awaj Media

ପଦ୍ମାବତୀ ପ୍ରହଲ୍ଲାଦ ମହାବିଦ୍ୟାଳୟରେ ଏନଏସଏସ ତରଫରୁ ଦିନ ବିଶ୍ୱ ଏଡସ ଦିବସ ପାଳିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍କକ ପଦ୍ମାବତୀ ପ୍ରହଲ୍ଲାଦ ମହାବିଦ୍ୟାଳୟରେ ଏନଏସଏସ ତରଫରୁ ବୁଧବାର ଦିନ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଚିତ୍ତରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ବିଶ୍ୱ ଏଡସ ଦିବସ ସଚେତନତା କାର୍ଯ୍ୟକ୍ରମରେ ଏନଏସଏସ ର ମହିଳା ବିଭାଗର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା କୃଷ୍ଣପ୍ରିୟା ମହାନ୍ତି ଏଡସର ଭୟାବହତା ସମ୍ପର୍କରେ ଓ ଏହାର ନିରକରଣ ଉପରେ ଆଲୋଚନା କରିଥିଲେ । ୫୦ ଜଣରୁ ଉର୍ଦ୍ଧ୍ଵ ସ୍ୱେଚ୍ଛାସେବୀ ହାତରେ ବିଭିନ୍ନ ପ୍ରକାରର ବ୍ୟାନର ପୋଷ୍ଟର ଧରି ପଦଯାତ୍ରାରେ କରବର ପଞ୍ଚାୟତରେ ଗାଁ ଗାଁ ବୁଲି ଜନସାଧାରଣ ମାନଙ୍କୁ ଏଡସ ନିରକରଣ ଉପରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୁରୁଷ ବିଭାଗର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ବିନୟ କୁମାର ସାହୁ ଓ ରେଡକ୍ରସ ଅଧ୍ୟାପକ ଫକୀର ମୋହନ ସ୍ୱାଇଁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Exit mobile version