Site icon Awaj Media

ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନସଫର୍ମର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିପଦ ଶଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ ଟ୍ରାନସଫର୍ମର । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶୁଣୁ ନାହାନ୍ତି ବିଭାଗୀୟ କର୍ମଚାରୀ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବଳଭଦ୍ରପୁର ପଞ୍ଚାୟତ କଣ୍ଡରା ସିଂ ଗ୍ରାମରେ ରାସ୍ତାକୁ ଲାଗି ଏକ ଟ୍ରାନସଫର୍ମର ବସାଯାଇଛି । ଯାହାର ଚାରି ପାଖରେ ସୁରକ୍ଷା ବାଡ ଦିଆ ଯାଇନାହିଁ । ଏହି ରାସ୍ତାରେ ଦୈନିକ ଶହ ଶହ ସ୍କୁଲ ଛାତ୍ରଛାତ୍ରୀ, ଗାଈଗୋରୁ , ଗ୍ରାମର ଲୋକ ଯିବାଆସିବା କରନ୍ତି । ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଏହି ଟ୍ରାନସଫର୍ମର ପାଖକୁ ଗାଈଗୋରୁ ମଧ୍ୟ ପଳାଇ ଯାଉଛନ୍ତି ଏବଂ ଧନଜୀବନ ନଷ୍ଟ ହେବାର ମଧ୍ୟ ସମ୍ଭାବନା ଅଧିକ ରହିଛି । ବାରମ୍ବାର ଅଭିଯୋଗ ପରେ ସୁଦ୍ଧା ବିଭାଗୀୟ କତୃପକ୍ଷ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଅଛି । ଅତିଶିଘ୍ର ଏହାର ଚାରି ପାର୍ଶ୍ୱ ରେ ସୁରକ୍ଷା ବାଡ ନିର୍ମାଣ କରିବା ପାଇଁ ଜିଲ୍ଲା ବିଜେପି ସମ୍ପାଦକ ତାପସ ରଞ୍ଜନ ମାର୍ଥା ଦାବି କରିଛନ୍ତି ।

Exit mobile version