Site icon Awaj Media

ବ୍ରହ୍ମପୁରା ପଞ୍ଚାୟତର ଶତାଧିକ ବ୍ୟକ୍ତି ବିଜେଡି ରେ ସାମିଲ !!!

Spread the love

!!! ବାଙ୍କୀ ବିଧାୟକଙ୍କ ବାସଭବନରେ ଆଉ ଏକ ମିଶ୍ରଣ ପର୍ବ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମିଶନ କ୍ଲିନ ସୁଇପ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରି କାର୍ଯ୍ୟକାରୀ କରି ଚାଲିଛି ବାଙ୍କୀ ବିଜେଡି . ବାଙ୍କୀର ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ଟାର୍ଗେଟ କରି ଚାଲିଛି ବିଜୁ ଜନତା ଦଳ . ଯେଉଁ ପଞ୍ଚାୟତରେ ଦଳୀୟ ସମର୍ଥନ ଏବଂ ଜନାଧାର ଦୁର୍ବଳ ସେସବୁ ପଞ୍ଚାୟତରୁ ଅନ୍ୟ ଦଳର ନେତା ଏବଂ ସମର୍ଥକଙ୍କୁ ବିଜେଡିରେ ସାମିଲ କରି ଚାଲିଛନ୍ତି ବାଙ୍କୀ ବିଧାୟକ . ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ଭୁବନେଶ୍ୱରରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି . ପଶ୍ଚିମ ବାଙ୍କୀର ବ୍ରହ୍ମପୁରା ପଞ୍ଚାୟତର ଶତାଧିକ ବ୍ୟକ୍ତି ଆନୁଷ୍ଠାନିକ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି . ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ କିଶୋର ପଟେଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରା ଗ୍ରାମର ବୈକୁଣ୍ଠ ମୁଦୁଲି ଏବଂ ଯୁବନେତା ଦିନବନ୍ଧୁ ଦେବତାଙ୍କ ଉପସ୍ଥିତିରେ ବ୍ରହ୍ମପୁରା ପିମ୍ପୂଡ଼ିଆ ଗ୍ରାମ ସୁନାଦେଇ ପାଟଣା ତିଆର ସାହିର ଶତାଧିକ ବ୍ୟକ୍ତି ବିଜେଡିରେ ଯୋଗ ଦେଇଛନ୍ତି .

Exit mobile version