Site icon Awaj Media

ଛାତ୍ରଛାତ୍ରୀ ମାନଙ୍କ ନିଯୁକ୍ତି ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉତ୍କଳ ବିକାଶ ପରିଷଦର ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଞ୍ଚଳର ଅଗ୍ରଣୀ ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ରେଳବାଇ ବିଭାଗରେ ଶିଳ୍ପ ତାଲିମ ଧାରୀ ବିଭିନ୍ନ ଟ୍ରେଡ୍ ଛାତ୍ରଛାତ୍ରୀ ଯେଉଁମାନେ ରେଳବାଇ ଟେକ୍ନିକାଲ ବିଭାଗରେ ପୂର୍ବତଟ ରେଳବାଇ ୱାର୍କସପରେ ଆପ୍ରେଣ୍ଟିସିପ୍ ଟ୍ରେନିଙ୍ଗ ନେଇଛନ୍ତି ସେହି ମାନଙ୍କୁ ନିର୍ଦ୍ଧାରିତ ଗ୍ରୁପ୍ – ୪ ପଦବୀରେ ନିଯୁକ୍ତ ନେଇ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଜରୀଆରେ ନିବେଦନ କରାଯାଇଛି । ଅନୁଷ୍ଠାନର ସଭାପତି ଗବେଷକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭା ଓ ଭବିଷ୍ୟତକୁ ଲକ୍ଷ୍ୟ ରଖି ସରକାର ଏହି ଦିଗ ପ୍ରତି ଦୃଷ୍ଟିଦେଲେ ବହୁ ପ୍ରତିଭା ଉପକୃତ ହେବା ସହ ରେଳବାଇ ବିଭାଗର ଉନ୍ନତି ଘଟିବ ବୋଲି ମତବ୍ୟକ୍ତ କରିଛନ୍ତି ।

Exit mobile version