Site icon Awaj Media

ସ୍ୱର୍ଗତ ବୃନ୍ଦାବନ ରାଉତରାୟ ଙ୍କ ସ୍ମୃତି ଉଦ୍ଦେଶ୍ୟରେ କୋଟୁଆଁ ରେ ମିନି ମାରାଥନ ଓ କ୍ରୀଡା ପ୍ରତିଯୋଗିତା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ର ସର୍ବ ପୁରାତନ ଆନ୍ତଗ୍ରାମ୍ୟ କ୍ରୀଡା ପରିଷଦ ତରଫରୁ ପ୍ରତି ବର୍ଷ ଭଳି ଏ ବର୍ଷ ୧୭ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚଳିତ ଡିସେମ୍ବର ମାସ ୨୫ ଓ ୨୬ ତାରିଖର ଦୁଇଦିନ ଧରି କଟକ ସଦର କୋଟୁଆଁ ଖେଳ ପଡ଼ିଆରେ ଆୟୋଜିତ ହେବାକୁ ନିଷ୍ପତ୍ତି ହୋଇଥିବା କ୍ରୀଡା ସଂସଦର ସଭାପତି ଲକ୍ଷ୍ମଣ କୁମାର ସାହୁ ସୂଚନା ଦେଇଛନ୍ତି । ଏହି ପ୍ରତିଯୋଗିତା ରେ ଉଭୟ ପୁରୁଷ ଓ ମହିଳା ଙ୍କ ୩ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବାର୍ଷିକ ପ୍ରତିଯୋଗିତାର ଆକର୍ଷଣୀୟ ପ୍ରତିଯୋଗିତା ପରିଷଦର ପ୍ରତିଷ୍ଠାତା ସଭାପତି ତଥା ଅବସର ପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ସ୍ୱର୍ଗତ ବୃନ୍ଦାବନ ରାଉତରାୟଙ୍କ ସ୍ମୃତି ଉଦ୍ଧେଶ୍ୟରେ ଅନୁଷ୍ଠିତ ହୋଇଥିବା ଷଷ୍ଠ ତମ ମିନି ମାରାଥନ ୨୬ ତାରିଖରେ ଫକିରିପଡ଼ା କାଳୀମନ୍ଦିର ଠାରୁ କୋଟୁଆଁ ଖେଳପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସମୀର ଖୁଣ୍ଟିଆ ସୂଚନା ଦେଇଛନ୍ତି । ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ କୋଚ ରବୀନ୍ଦ୍ର ଭୋଇ , ପତିତପାବନ ନାଥ, ବାପି ପୃଷ୍ଟି ଉପସ୍ଥିତ ଥିଲେ । ମିନି ମାରାଥନରେ ଭାଗ ନେବା ପାଇଁ ଇଛୁକ କ୍ରୀଡାବିତ୍ ୯୩୪୮୩୯୩୧୧୮ ନମ୍ୱରରେ ଯୋଗାଯୋଗ କରିବାକୁ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।

Exit mobile version