ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟରେ ବଦଳି ଯାଇଛି ପାଗ . ବାତ୍ୟାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ଲଗାଣ ବର୍ଷା . ପ୍ରତିଟି ପରିସ୍ଥିତିରେ ପାଗ ବଦଳିବା ସହିତ ଅନେକ ଜାଗାରେ ବର୍ଷା ଲାଗି ରହିଛି । ବାତ୍ୟା ଜୱାଦ ପରିସ୍ଥିତି ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ପୂର୍ବ ପ୍ରସ୍ତୁତି କରିଥିବା ବେଳେ , କୌଣସି ଅଞ୍ଚଳରେ ସେମିତି କିଛି ପ୍ରଭାବ ପଡି ନଥିବା ଦେଖିବାକୁ ମିଳିଛି . ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ପ୍ରଭାବିତ ହୋଇଛି ମତ୍ସ୍ୟଜୀବୀଙ୍କ ବେଉସା . ପ୍ରଶାସନ ତରଫରୁ ମତ୍ସ୍ୟଜୀବୀଙ୍କୁ ଚିଲିକା ଭିତରକୁ ଯିବାକୁ ବାରଣ କରାଯାଇଥିବାରୁ ବାଲୁଗାଁ ମାଛ ମାର୍କେଟ ଖାଁ ଖାଁ ହୋଇ ପଡିଛି . ଅନେକ ଦୋକାନରେ ତାଲା ଝୁଲୁଥିବାରୁ ଖାଉଟି ମାନେ ମାଛ ମାର୍କେଟ କୁ ଆସି ଫେରିଯିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ବାତ୍ୟା ଜୱାଦ ପ୍ରଭାବରେ ପ୍ରଭାବିତ ବାଲୁଗାଁ ଚିଲିକା ମତ୍ସ୍ୟଜୀବି ଙ୍କ ବେଉସା !!!

