Site icon Awaj Media

ଟାଙ୍ଗୀରେ ବାଇକ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା : ଶିକ୍ଷକଙ୍କ ମୃତ୍ୟୁ – ଅନ୍ୟ ଜଣେ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଇକ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବଡପାରି ଛକ ନିକଟରେ ଏହି ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ବୃନ୍ଦାବନ ବିହାରୀପୁର ଗ୍ରାମର ସନ୍ତୋଷ କୁମାର ରାଉତରାୟ (୩୮) ରଣପୁର ବ୍ଲକ ଚଂପାପେଡି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ନିଜ ସ୍କୁଟିରେ ଟାଙ୍ଗୀରୁ ଭୋଜି ଖାଇ ନିଜ ଗାଁକୁ ଫେରୁଥିବା ବେଳେ ଏକ ଦ୍ରୁତଗାମୀ ବାଇକ୍ ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଆରୋହୀ ସହ ବାଇକ୍ ଆରୋହୀ ଉଭୟ ଗୁରୁତର ଭାବେ ଆହତ ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ମେଡିକାଲରେ ଶିକ୍ଷକ ସନ୍ତୋଷ କୁମାର ରାଉତରାୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବାଇକ ଆରୋହୀ ଜଣକ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ଜଣକ ଟାଙ୍ଗୀ ମାନପୁର ପାଟଣାର ରାଜକୁମାର ବେହରା ବୋଲି ଜଣାପଡିଛି । ଏହି ଘଟଣାରେ କେସ ନମ୍ବର ୪୮୦/୨୧ ରେ ଏକ ମାମଲା ରୁଜୁ କରି ଟାଙ୍ଗୀ ପୋଲିସ ତଦନ୍ତ ଆରମ୍ଭ କରିଛି ।

Exit mobile version