Site icon Awaj Media

ନାଚୁଣୀରେ ଦେଶୀ ମଦ ଜବତ : ଜଣେ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଫାଣ୍ଡି ଅଞ୍ଚଳରେ ଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଗୋରଡାଝରି ଗ୍ରାମର ଶ୍ରୀଧର ପ୍ରଧାନ । ତାଙ୍କ ନିକଟରୁ ୬.୪ ଲିଟର ଦେଶୀ ମଦ ଜବତ କରିଛି ପୋଲିସ । ଅଭିଯୁକ୍ତ ଜଣକ ଗୋରଡାଝରି ଗ୍ରାମ ଛକରେ ଦେଶୀ ମଦ ବିକ୍ରି କରୁଥିବା ବେଳେ ନାଚୁଣୀ ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ହାଡିବନ୍ଧୁ ନାୟକଙ୍କ ହାତରେ ଧରା ପଡ଼ିଥିଲେ । ସୂଚନା ଥାଉକି କିଛିଦିନ ହେଲା ନାଚୁଣୀ ଫାଣ୍ଡି ଅଞ୍ଚଳରେ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାୟକ କଡ଼ାକଡି ନାଇଟ ପାଟ୍ରୋଲିଙ୍ଗ ଜାରି ରଖିଛନ୍ତି ।

Exit mobile version