Site icon Awaj Media

ସିଡ଼ିଏସ ବିପିନ ରାୱତଙ୍କ ଅକାଳ ବିୟୋଗରେ ଏନସିସି କ୍ୟାଡେଟ ମାନଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତକାଲି ତାମିଲନାଡୁ କୁନ୍ନୁର ଠାରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ସିଡ଼ିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀ ଙ୍କ ସମେତ ୧୩ ଜଣ ବୀର ସୈନିକ ପ୍ରାଣ ହରାଇଛନ୍ତି। ସାରା ଦେଶ ଉକ୍ତ ଘଟଣାରେ ସ୍ତବ୍ଧ ଥିବାବେଳେ ଦେଶର କୋଣ ଅନୁକୋଣରୁ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଆଜି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ଏନସିସି ୟୁନିଟର କ୍ୟାଡେଟ ମାନଙ୍କ ଦ୍ୱାରା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ ଶୋଭାଯାତ୍ରାଟି ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ସହର ପରିକ୍ରମା କରି ମା’ ଭଗବତୀ ମନ୍ଦିର ଠାରେ ସମାପ୍ତ ହୋଇଥିଲା । ସେଠାରେ ଶହୀଦଙ୍କ ଆତ୍ମାର ସଦଗତି ନିମନ୍ତେ ସମସ୍ତ କ୍ୟାଡେଟ ମାନେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଶହୀଦଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଲିଉଟନାଣ୍ଟ ଡ଼ା. ଗୁରୁକିଶୋର ନାୟକ ପରିଚାଳନା କରିଥିଲେ ।

Exit mobile version