Site icon Awaj Media

Mi 17 V5 ହେଲିକପ୍ଟର ଦୁର୍ଘଟଣା : ଓଡ଼ିଶାର ରାଣ ପ୍ରତାପ ଦାସ ସହିଦ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତାମିଲନାଡ଼ୁରେ Mi 17 V5 ହେଲିକପ୍ଟର ଦୁର୍ଘଟଣା ରେ ସିଡିଏସ୍ ବିପିନ୍‌ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ଗ୍ରୁପ୍‌ କ୍ୟାପ୍ଟେନ୍‌ ବରୁଣ ସିଂହ ଜୀବିତ ଅଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଥିଲେ ମଧ୍ୟ ସ୍ଥିର ରହିଛି । ତାଙ୍କ ଶରୀର ୪୫ ପ୍ରତିଶତ ପୋଡ଼ି ଯାଇଥିବା ରିପୋର୍ଟ ଆସିଛି । ୱେଲିଂଟନ୍‌ ସେନା ହସ୍‌ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି । ତେବେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସେନା ଅଧିକାରୀଙ୍କ ମଧ୍ୟରେ ଓଡ଼ିଶାର ଜଣେ ଅଫିସର ଅଛନ୍ତି . ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ଭାବରେ କାର୍ଯ୍ୟରତ ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ରାଣା ପ୍ରତାପ ଦାସ ଦୁର୍ଘଟଣାରେ ସହିଦ ହୋଇଥିବା ଜଣାଯାଇଛି .

Exit mobile version