Site icon Awaj Media

ବଡ଼କୂଳ ଓଡ଼ିଆର୍ଟ ସପ୍ତମ ଚିଲିକା ସେଲଡକ ଫୋକ କାର୍ଣ୍ଣିଭାଲ ଉତ୍ସବର ଦ୍ଵିତୀୟ ଦିବସରେ ଝୁମିଲେ ଦର୍ଶକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବଡ଼କୂଳରେ ଅବସ୍ଥିତ ଓଡ଼ିଆର୍ଟ ସେଣ୍ଟର ଠାରେ ସପ୍ତମ ଚିଲିକା ସେଲଡକ ଫୋକ କାର୍ଣ୍ଣିଭାଲ ଉତ୍ସବର ଆଜି ଦ୍ଵିତୀୟ ଦିବସ । ଏହି ଅବସରରେ ଆଜି ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମକୁ ମୁଖ୍ୟ ଉପଦେଷ୍ଟା ପ୍ରସନ କୁମାର ଦାସ ଉଦଘାଟନ କରିଥିଲେ । ଓଡ଼ିଆର୍ଟ ସେଣ୍ଟରର ପୂର୍ବାସା ଫୋକ ଆଣ୍ଡ ଟ୍ରାଇବାଲ ଆର୍ଟ ମ୍ୟୁଜିୟମ ଠାରେ ଗତ ୮ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୨ ତାରିଖ ପାଞ୍ଚ ଦିନ ପର୍ଯ୍ୟନ୍ତ ଉକ୍ତ ଉତ୍ସବ ଜାରି ରହିବ । ଆଜିର କାର୍ଯ୍ୟକ୍ରମ ଦିବା ୧୧ ଘଟିକାରେ ଗଞ୍ଜାମ ସାଂସ୍କୃତିକ ସେମିନାରରୁ ଆରମ୍ଭ ହୋଇଥିଲା । ଏହାପରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଶଙ୍ଖ, ହୁଳହୁଳି ଓ ସେସନ ୱାର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଧୁଡୁକି ନୃତ୍ୟ, ଦାସକାଠିଆ, ସାନ୍ତାଳୀ, ପୁରୁଲିଆ ଛଉ ନୃତ୍ୟରେ ଝୁମିଥିଲେ ଦର୍ଶକ । ଝାରଖଣ୍ଡ ଆଦିବାସୀ ଛଉ ନୃତ୍ୟ ଓ ଆସାମୀ ବିହୁ ନୃତ୍ୟକୁ ମଧ୍ୟ ଉପଭୋଗ କରିଥିଲେ ଦର୍ଶକ । ପରିଶେଷରେ ଭାରତ ଲୀଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମକୁ ଜୁରୀ ସଦସ୍ୟ ସୁରେନ୍ଦ୍ର କୁମାର ରୟ , ମାନସ ରଞ୍ଜନ ପଟ୍ଟନାୟକ ଓ ଜ଼ାହୀଦ ଅଖତର ଆଦି ପରିଚାଳନା କରିଥିବା ବେଳେ ସୁଶାନ୍ତ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ । ତେବେ ଦର୍ଶକ ମାନେ କାର୍ଯ୍ୟକ୍ରମକୁ ନିଃଶୁଳରେ ଉପଭୋଗ କରି ପାରିବେ । ପାଞ୍ଚଦିନ ବ୍ୟାପି ଉକ୍ତ ଉତ୍ସବର ସମୟ ସୀମା ସକାଳ ୧୧ ଘଟିକାରୁ ରାତି ୮.୩୦ ପର୍ଯ୍ୟନ୍ତ ରହିଛି । କିନ୍ତୁ ମ୍ୟୁଜିୟମ ଭିତରେ ଥିବା ଆର୍ଟ ଗ୍ୟାଲେରୀକୁ ଦେଖିବାକୁ ହେଲେ ଦର୍ଶକଙ୍କୁ ୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଉକ୍ତ ଉତ୍ସବ ଜାରି ରହିଛି ।

Exit mobile version