Site icon Awaj Media

ନନ୍ଦପୁର ଗ୍ରାମ ପଞ୍ଚାୟତରେ ଓଡିଶା ପୁଷ୍ଟି ମହୋତ୍ସବ ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତ ଗଦାଧରପୁର ଆଞ୍ଚଳିକ ମଞ୍ଚ ପକ୍ଷରୁ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ , ଓଡିଶା ସରକାର ଓ ମହିଳା ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମିଳିତ ସହଯୋଗରେ ଓଡିଶା ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ନନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ରମେଶ କୁମାର ପ୍ରଧାନ, ଏସ୍ ଡି ସି ପୁନମ ପ୍ରିତମ ହୋତା, ଆଞ୍ଚଳିକ ମହାସଂଘ ଅଧକ୍ଷା ସରୋଜିନୀ ପାଳ, ସଂପାଦିକା ରିତାଞଳି ବସ୍ତି ଏବଂ ଏମବିକେ ସଂଘମିତ୍ରା ପ୍ରଧାନ ଏବଂ ସମସ୍ତ ମହିଳା ସଂଘର ସଦସ୍ୟା ଉପସ୍ଥିତ ରହିଥିଲେ । ଉକ୍ତ ମେଳାରେ ଦଶ ପ୍ରକାରର ଖାଦ୍ୟ ଶସ୍ୟ ସମୂହ ଯଥା ଶସ୍ୟ ଜାତୀୟ, ଡାଲି ଜାତୀୟ, ମଞ୍ଜି ଜାତୀୟ ଭିଟାମିନ ଥିବା ପନିପରିବା ଫଳ ଓ ଦୁଗ୍ଧ ଜାତୀୟ ଖାଦ୍ୟ କେଉଁଠାରୁ ମିଳିଥାଏ ଓ ଏହାର ପ୍ରମୁଖ ଉପାଦାନ ଓ ଉପକାରିତା ସମ୍ପର୍କରେ ମହିଳା ମାନଙ୍କୁ ସୂଚନା ଦେବା ଓ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ସଂପର୍କରେ ସଚେତନତା ସୃଷ୍ଟି କରିବା ଲାଗି ବିଶେଷ ଆଲୋଚନା ହୋଇଥିଲା ।

Exit mobile version