Site icon Awaj Media

୮ ଦଫା ଦାବି ନେଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣା ଦେଲେ ଶତାଧିକ ଆଶାକର୍ମୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୮ ଦଫା ଦାବି ନେଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣା ଦେଇଛନ୍ତି ଶତାଧିକ ଆଶାକର୍ମୀ । ଓଡ଼ିଶା ଆଶକର୍ମୀ ଆସୋସିଏସନ, ସିଆଇଟିୟୁ ରାଜ୍ୟ ଉପ-ସଭାପତି ସୁରେଶ ସ୍ୱାଇଁଙ୍କ ନେତୃତ୍ୱରେ ସିଟୁ ଖୋର୍ଦ୍ଧା ଜିଲ୍ଲା ସଭାପତି ଗିରିଶ ମହାରଣା, ନୟାଗଡ଼ ଜିଲ୍ଲା ଆଶାକର୍ମୀ ସଭାନେତ୍ରୀ ସଂଯୁକ୍ତା ସେଠୀ, ଚିଲିକା ବ୍ଲକ ଆଶାକର୍ମୀ ସଭାନେତ୍ରୀ ମିନା ବେହେରା, ସମ୍ପାଦିକା ବିଳାସିନି ଦେଇଙ୍କ ସମେତ ଶତାଧିକ ଆଶାକର୍ମୀ ଏନେଇ ବାଲୁଗାଁ ଗାନ୍ଧୀଛକ ଠାରୁ ବିଶାଳ ପଦଯାତ୍ରାରେ ବାହାରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣା ଦେଇଛନ୍ତି । ଏହାସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶାକର୍ମୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଉଥିଲେ ମଧ୍ୟ ଅଣଦେଖା କରିବା ନେଇ ଆଜି ୮ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଆଶାକର୍ମୀ ମାନଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ସହ ମାସିକ ୨୧ ହଜାର ଟଙ୍କା ଦରମା, ଏନଏଚଏମରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅଧିକ ଅନୁଦାନ ଦେବା ସହ ସ୍ଥାୟୀକରଣ, ମାସିକ ପ୍ରୋତ୍ସାହନ ପରିବର୍ତ୍ତେ ନିୟମିତ ଦରମା, ମାସିକ ପାଉଣାର ସବିଶେଷ ତଥ୍ୟ ସହ ଠିକ ସମୟରେ ଦେୟ, ବକେୟା ଥିବା ବିଭିନ୍ନ କାର୍ଯ୍ୟ ତ୍ୱରାନ୍ୱିତ ଓ ଉନ୍ନତ ମାନର ତାଲିମ, ସମସ୍ତ ଆଶାକର୍ମୀଙ୍କୁ ସ୍ମାର୍ଟ ଫୋନ, କୋଭିଡ ସହାୟତା ବୃଦ୍ଧି ଏବଂ ଆଶାକର୍ମୀଙ୍କ ଉପରେ ମେଡିକାଲ କର୍ମଚାରୀଙ୍କ ଦାଦାଗିରି ବନ୍ଦ କରିବା ନେଇ ଦାବି ଉଲ୍ଲେଖ ଅଛି । ଉକ୍ତ କାର୍ଯ୍ୟକ୍ରମକୁ ସଂଗଠନର ଚିଲିକା ବ୍ଲକ ସଭାନେତ୍ରୀ ମିନା ବେହେରା, ସମ୍ପାଦିକା ବିଳାସିନୀ ପ୍ରମୁଖ ପରିଚାଳନା କରିଥିଲେ ।

Exit mobile version