ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦେଶରେ କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ବହୁମାତ୍ରାରେ ସଚେତନତାର ଆବଶ୍ୟକତା ରହିଥିବାର ପରିଲକ୍ଷିତ ହେଉଛି । ୨୨ ମାର୍ଚ୍ଚ ୨୦୨୦ ମସିହାରେ ଯେତେବେଳେ ଭାରତର ପ୍ରଥମ ତଲାବନ୍ଦ ଆରମ୍ଭ ହେଲା, ସେହି ସମୟରୁ ଆଜକୁ ଦୀର୍ଘ ୬୩୨ ଦିନ ଧରି ନିରବଚ୍ଛିନ୍ନ ଭାବରେ ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ ଶାଖା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରି ଆସିଛି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ଏହି ପରିପ୍ରେକ୍ଷୀରେ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ୯୦ତମ ସାପ୍ତାହିକ ସେବା (୬୨୪ ତମ ଦିବସରୁ ୬୩୦ତମ ଦିବସ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି) ଭଦ୍ରକ ଜିଲ୍ଲାର ବିଭିନ୍ନ ଛକ ,ବଜାର, ରେଲୱେ ଷ୍ଟେସନ,ରେଲୱେ ପ୍ଲାଟଫର୍ମ, ରାସ୍ତା କଡ଼, ବସ ଷ୍ଟାଣ୍ଡ, ଅଟୋ ଷ୍ଟାଣ୍ଡ, ଦେବାଳୟ ଆଦି ସ୍ଥାନ ମାନଙ୍କରେ ଜୀବନ କାଟୁଥିବା ଅସହାୟ ବ୍ୟକ୍ତି ମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ବସ୍ତ୍ର, ମାକ୍ସ, ସାନିଟାଇଜର, ରାସନ ସାମଗ୍ରୀ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବାର ଦେଖିବାକୁ ମିଳିଛି। ଏତଦ୍ଭିନ୍ନ ବିଭିନ୍ନ ସଚେତନତା ପୋଷ୍ଟର,ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ କର୍ମକର୍ତ୍ତାମାନେ ସଚେତନ କରୁଥିବାର ମଧ୍ୟ ଦେଖାଯାଇଛି ।
ପ୍ରତି ୨୫ ଦିନରେ ଏହି କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା ବୈଠକ ବସୁଥିବା ବେଳେ ,ସମ୍ପ୍ରତି ୬୨୫ତମ ଦିବସରେ ଏହାର ୨୫ତମ ସମୀକ୍ଷା ବୈଠକ ଦଶରଥପୁର ବ୍ଲକ ଅନ୍ତର୍ଗତ ମଲ୍ଲିକାପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାର, ସମାଜସେବୀ ବିନୋଦ ବିହାରୀ ଜେନା, ଧିରୁ ଭାଇ, ଉମାକାନ୍ତ ଜେନା, ପାୟଲ ପ୍ରିୟଦର୍ଶିନୀ ,ରୂପାଲି ଜେନା, ମଧୁସ୍ମିତା ଜେନା, ଶିକ୍ଷାବିତ ଶୁଭଦର୍ଶନୀ ଜେନା, ଉତ୍କଳ କେଶରୀ ଜେନା, ଚିତ୍ତରଞ୍ଜନ ଜେନା ଆଦି ଯୋଗଦାନ କରି ଦୀର୍ଘ ୬୨୫ଦିନର ନିରବଚ୍ଛିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।
ସେହିପରି ମୟୁରଭଞ୍ଜ ଜିଲ୍ଲା ସଂଯୋଜିକା ଶ୍ରୀମତୀ ସୀତାମଣି ଦାସଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ସଚେତନତା କାର୍ଯ୍ୟକ୍ରମ ଚାଙ୍ଗୁ ଗୀତ, ବାଦ୍ୟ ଓ ନୃତ୍ୟ ସହ ପ୍ଲାକାର୍ଡ ରାଲି ଓ ସ୍ଲୋଗାନ ମାଧ୍ୟମରେ ସାତଦିନ ଧରି ନିରବଚ୍ଛିନ୍ନ ଭାବରେ ସଚେତନତା ସୃଷ୍ଟି କରାଯାଇଥିଲା । ଏଥିରେ ବିନିତା ନାଏକ, ଚଞ୍ଚଳା ନାଏକ, ଲକ୍ଷ୍ମୀପ୍ରିୟା ନାଏକ, ଚାନ୍ଦମଣି ନାଏକ, ଯମୁନା ନାଏକ, ଶୁକ୍ତିମଣି ନାଏକ, ଶୁଭଲକ୍ଷ୍ମୀ ନାଏକ, ରାଜୁ ନାଏକ, ବାଇଲୁ ନାଏକ, ପତିତ ଚନ୍ଦ୍ର ନାଏକ, ରାମ ସାମଲ ନାଏକ, ସୁବ୍ରତ ନାଏକ, ନିଧି ନାଏକ, ସମନାଥ ନାଏକ, ତପନ ନାଏକ ଆଦି ସହଯୋଗ କରିଥିଲେ । ଉତ୍ତରାଖଣ୍ଡ ରାଜ୍ୟ ସଂଯୋଜକ ସନ୍ଦୀପ ଖଣ୍ଡୱାଲ, କଳାହାଣ୍ଡି ଜିଲ୍ଲା ସଂଯୋଜକ କମଳ ଚଣ୍ଡି, କଟକ ଜିଲ୍ଲା ପ୍ରମୁଖ ସୁରେନ୍ଦ୍ର ପାଣ୍ଡବ, ଭଦ୍ରକ ଜିଲ୍ଲା ସଚେତକ କାହ୍ନୁ ଚରଣ ସାହୁ, ବାଲେଶ୍ଵର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି, କନ୍ଧମାଳ ଜିଲ୍ଲା ସଚେତକ ଜଗଦୀଶ ଦାଶ, ନବରଙ୍ଗପୁର ଜିଲ୍ଲା ସଚେତକ ଚନ୍ଦନ ଗୁରୁଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟ ଓ ଜିଲ୍ଲା ପ୍ରମୁଖ ମାନେ ନିଜ ନିଜ ରାଜ୍ୟ ଓ ଜିଲ୍ଲା ମାନଙ୍କରେ ସଚେତନତା ସୃଷ୍ଟି କରୁଥିବାର ଦେଖିବାକୁ ମିଳିଛି ।

