Site icon Awaj Media

ମାନବାଧିକାର କର୍ମୀଙ୍କୁ WHRPO ପକ୍ଷରୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମାନବ ଅଧିକାର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ବିଶ୍ଵ ମାନବାଧିକାର ସୁରକ୍ଷା ସଙ୍ଗଠନ ନୟାଗଡ଼ ଜିଲ୍ଲା ସଭାପତି ଜ୍ୟୋସ୍ନାମୟୀ ପଟ୍ଟନାୟକ ଙ୍କୁ WHRPO ପକ୍ଷରୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ନେପାଳ ରାଷ୍ଟ୍ରଦୂତ ଆନନ୍ଦ ପ୍ରସାଦ ଶର୍ମା, ଦକ୍ଷିଣ ଆଫ୍ରିକା ସଙ୍ଗଠନ ମୁଖ୍ୟ ମୁଖ୍ୟ ପରାମର୍ଶଦାତା ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ, ମରିସସ ବିଶ୍ଵ ଯୁବ ପରିଷଦ ର ସମ୍ପାଦକ ଜଷ୍ଟିସ ଅମରନାଥ ଦେ , କୈାଶିକ ଚାଟାର୍ଜୀ , ଓଡ଼ିଶାର ପୁର୍ବତନ ବିଚାରପତି ମନୋରଞ୍ଜନ ମହାନ୍ତି, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ, WHRPO ର ରାଷ୍ଟ୍ରୀୟ ସଭାପତି ଅଭିନ କୁମାର ହୋତା ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ଜ୍ୟୋସ୍ନାମୟୀ ପଟ୍ଟନାୟକ ଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରିଥିଲେ । ଏହି ସମ୍ମାନ ଜନକ ଉପାଧି ପାଇବା ପରେ ନୟାଗଡ଼ ତଥା ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶ୍ରୀମତୀ ପଟ୍ଟନାୟକ ଙ୍କୁ ଶୁଭେଚ୍ଛା ର ବାର୍ତ୍ତା ମିଳିବାରେ ଲାଗିଛି ।

Exit mobile version