Site icon Awaj Media

ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଚାରିଘଣ୍ଟା ଧରି ଘେରାଉ କଲେ କଂଗ୍ରେସ କର୍ମୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଚାରିଘଣ୍ଟା ଧରି ଘେରାଉ କଲେ କଂଗ୍ରେସ କର୍ମୀ . ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବୀ ରେ ଆନ୍ଦୋଳନରତ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅମାନୁଷିକ ଆକ୍ରମଣ , କଂଗ୍ରେସ ଭବନ ଭିତରେ ପୋଲିସ ଜୋର ଜବରଦସ୍ତ ପଶି କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଆହ୍ୱାନ କ୍ରମେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଚାରି ଘଣ୍ଟା ଧରି ଘେରାଉ କରାଯାଇଛି । ଅନୁଷ୍ଠିତ ବିକ୍ଷୋଭ ସଭାରେ ଓଡିଶା ପୋଲିସ ଶାଳୀନତା କର୍ତ୍ତବ୍ୟବୋଧତାର ସବୁ ସୀମା ଲଂଘନ କରି ବୋଲକରା ସାଜି ଗୁଣ୍ଡାରାଜ କାର୍ଯ୍ୟକୁ ତୀବ୍ର ନିନ୍ଦା କରାଯାଇ ପୋଲିସ କମିଶନରଙ୍କ ନିଲମ୍ବନ ଦାବୀ ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ ରବି ମଲ୍ଲିକ, ସହ ପ୍ରଭାରୀ ପିସିସି ସମ୍ପାଦକ ଚନ୍ଦ୍ରଶେଖର ପରିଡା, ପିସିସି ସମ୍ପାଦକ ହୁସେନ ଖାଁ, ଯୁବ INTUC ସଭାପତି ସତ୍ୟବ୍ରତ ନାୟକ, କଂଗ୍ରେସ ନେତା ଫକୀର ଚରଣ ମଲ୍ଲ, ଅଶୋକ ନାୟକ, ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ସୁକାନ୍ତ ଶତପଥୀ, କାଶୀନାଥ ମଲ୍ଲିକ, ଅମଜାଦ ଖାଁ, ଭଗବାନ ମଲ୍ଲିକ, ଜୟକୃଷ୍ଣ ଦଳବେହେରା, ବାଙ୍କବିହାରୀ ଧଳ, ବୁଲୁ ପରିଡା, ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ମୀର ଆବୁବକର ସିଦ୍ଧିକ, ଯୁବନେତା ଚିତ୍ତରଞ୍ଜନ ମହାଳିକ, ଗୋପାଳ ମହାପାତ୍ର, ଶ୍ରମିକ ନେତା ଆଲୋକ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ l ନୟାଗଡ ଜିଲ୍ଲାରେ ବହୁଳ ମାତ୍ରାରେ ବ୍ୟାପୁଥିବା କଙ୍ଗାରୁ କୋର୍ଟକୁ ବନ୍ଦ କରିବା ପାଇଁ ପୋଲିସ ପ୍ରଶାସନର ଅସହାୟତାକୁ ଜିଲ୍ଲା କଂଗ୍ରେସ ତୀବ୍ର ସମାଲୋଚନା କରିବା ସହ ଯଦି ଆଗାମୀ ଦିନରେ ଏହି କଙ୍ଗାରୁ କୋର୍ଟ ଦ୍ୱାରା ସାଧାରଣ ଜନତାଙ୍କୁ ନିର୍ଯ୍ୟାତନା ଦିଆଯାଏ ତେବେ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନ କରିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି l

Exit mobile version