Site icon Awaj Media

ଚିଲିକା ର ଅଢେଇ ଏକର ଅଞ୍ଚଳରୁ ବେଆଇନ ପୋଖରୀ ଉଛେଦ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଦିନ ଦ୍ଵିତୀୟ ଦିନରେ କ୍ରମାଗତ ଭାବେ ଚିଲିକା ତହସିଲ ଅନ୍ତର୍ଗତ ବାଲୁଗାଁ ରଘୁନାଥପୁର ମୌଜା ଅଞ୍ଚଳରୁ ବେଆଇନ ଘେରି ଉଛେଦ ଅଭିଯାନ ଜାରି ରହିଛି । ଚିଲିକା ତହସିଲଦାର ପୁନମ ମହାପାତ୍ରଙ୍କ ନେତୃତ୍ୱରେ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ସମୁଦାୟ ୨.୫ ଏକର ଅଞ୍ଚଳରୁ ବେଆଇନ ପୋଖରୀ ଉଛେଦ କରାଯାଇଥିବାର ତହସିଲଦାର ସୁଶ୍ରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉଛେଦ ଅଭିଯାନରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ଏକ ପ୍ଲାଟୁନ ଫୋର୍ସ,ଜିଲ୍ଲା ମତ୍ସ୍ୟ (ଜୀବ ଓ ପ୍ରଯୁକ୍ତି) ଅଧିକାରୀ ଶଶାଙ୍କ ଶେଖର ସାହୁ ଏବଂ ଅନ୍ୟ ରାଜସ୍ୱ କର୍ମଚାରୀ ମାନେ ସାମିଲ ଥିଲେ ।

Exit mobile version