ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ପଞ୍ଚାୟତ ଏକ ନମ୍ବର ୱାର୍ଡରେ ରହୁଛନ୍ତି ଅଶୀ ବର୍ଷୀୟ ବୃଦ୍ଧ ଭରତ ଚନ୍ଦ୍ର ଜେନା । ଘରେ ତାଙ୍କର ବୃଦ୍ଧା ପତ୍ନୀଙ୍କ ସହ 46 ବର୍ଷର ପୁଅ ତପନ । ଭରତଙ୍କ ୨ ବଖରା ଝାଟିମାଟି ଚାଳଛପର ଘର ଛଡା ସମ୍ବଳ କହିଲେ ଆଉ କିଛି ନାହିଁ । ପୁଅ ତପନ ପୂର୍ବରୁ ଚେନ୍ନାଇ ରେ ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ । ସେଥିରେ ଦୁଖେ ସୁଖେ ଚଳିଯାଉଥିଲା ଭରତ ଙ୍କ ଏହି ଛୋଟ ପରିବାର । ତେବେ 2009 ରେ ତପନ ମେରୁଦଣ୍ଡଜନିତ ରୋଗରେ ପୀଡିତ ହେବାପରେ ତାଙ୍କୁ ସରକାରୀ ଓ ବେସରକାରୀ ମେଡିକାଲ ରେ ଚିକିତ୍ସା କରାଇବାରେ ସର୍ବନ୍ତ ହୋଇପଡିଛନ୍ତି ଭରତଙ୍କ ପରିବାର । ରୋଜଗାରିଆ ପୁଅ ଏବେ ଅକର୍ମଣ୍ୟ ହୋଇ ଘରେ ବସିଥିବା ବେଳେ 80 ବର୍ଷ ବୟସ ରେ ପୁଅକୁ ପୋଷିବା କୁ ପଡୁଛି ଭରତ ଙ୍କୁ । ଏଥିସହ ପୁଅ ଓ ବୁଦ୍ଧା ପତ୍ନୀଙ୍କ ଔଷଧ ଖର୍ଚ୍ଚ ଯୋଗାଡ଼ କରିବାକୁ ଆର୍ଥିକ ସମ୍ବଳ ଆଉ ନାହିଁ । ଅନ୍ୟପକ୍ଷରେ ବାରମ୍ବାର ଆବେଦନ ପରେ ବି ଭରତ ଙ୍କୁ ଆବାସ ଯୋଜନା ରେ ଅନ୍ତର୍ଭୁତ କରାଯାଉନାହଁ । ଏମିତିକି ସରକାର ପରିମଳ ବ୍ୟବସ୍ତା ରେ ତାଙ୍କୁ ପାଇଖାନା ଖଣ୍ଡେ ମିଳିପାରିନାହିଁ । ପୁଅର ଚିକିତ୍ସା ପାଇଁ ଅର୍ଥବାଧକ ସାଜୁଥିବା ବେଳେ ପକ୍କାଘର ଓ ଶୌଚାଳୟ ନିର୍ମାଣ କରିବା ତାଙ୍କ ପାଇଁ ସ୍ୱପ୍ନପାଲଟିଛି । ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହେବା ପରେ ଭୁବନେଶ୍ୱର ର ସମାଜ ସେବି ଅକ୍ଷୟ କୁମାର ଦାଶ ,ଭରତ ଙ୍କ ଡେରିକି ସ୍ଥିତ ବାସଭବନ ରେ ପହଞ୍ଚି ଭରତ ଙ୍କ ପରିବାର କୁ କିଛି ରାସନ ସାମଗ୍ରୀ ସହ 5ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଏମିତି ସରକାରୀ ଆଉ ବେସରକାରୀ କ୍ଷେତ୍ରରେ କିଛି ସହାୟତା ର ହାତ ବଢ଼େଇଲେ ସେ ତାଙ୍କ ପୁଅ କୁ ଚିକିତ୍ସା କରାଇପାରିବେ ବୋଲି ତାଙ୍କ ବୃଦ୍ଧା ବାପା ଭାରତ କୁମାର ଜେନା ଆକୁଳ ନିବେଦନ କରିଛନ୍ତି ।
ମେରୁଦଣ୍ଡ ଜନିତ ରୋଗ ର ଚିକିତ୍ସା ପାଇଁ ସରକାର ଙ୍କ ନିକଟରେ ଆକୁଳ ନିବେଦନ !!!

