Site icon Awaj Media

ବାଲିଗୁଡ଼ାରେ ଶୀତ ଲହରି : ସଞ୍ଜ ନଇଁଲେ ଖସୁଛି ତାପମାତ୍ରା !!!

Spread the love

!!! ଦାରିଙ୍ଗବାଡିକୁ ଛୁଟିଲାଣି ପର୍ଯ୍ୟଟକଙ୍କ ସୁଅ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବର୍ଷା ପରେ କନ୍ଧମାଳକୁ ପୁଣି ଫେରିଛି ଶୀତ । ବାଲିଗୁଡ଼ାରେ ଶୀତର ଲହରି ଆରମ୍ଭ ହୋଇଛି। ବାଲିଗୁଡା ସମେତ ଦାରିଙ୍ଗବାଡି, କ.ନୁଆଗାଁ, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଅଞ୍ଚଳରେ ଶୀତର ପ୍ରକୋପ ବଢିଲାଣି। ସକାଳ ପ୍ରାୟ ୯ଟା ଯାଏଁ ଘନ କୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ସାରା ଅଞ୍ଚଳ। ଘନ କୁହୁଡି ଯୋଗୁଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଥିବାରୁ ସତର୍କତା ଅବଲମ୍ବନ କରୁଛନ୍ତି ଚାଳକ ।:ସେପଟେ ନିଜକୁ ଫିଟ୍ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍, ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍ ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଏଥିସହିତ ଶୀତୁଆ ସକାଳରେ ଚା ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ଶୀତ ବଢୁଥିବାରୁ କର୍ମଜୀବି ଓ ଗରିବ ଗୁରୁବା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସଞ୍ଜ ନଇଁଲେ ତାପମାତ୍ରା ହ୍ରାସ ପାଉଛି। ଶୀତ ଦାଉରୁ ରକ୍ଷାପାଇବା ପାଇଁ ଲୋକେ ନିଆଁ ଜାଳି ବସୁଛନ୍ତି। ଅସହ୍ୟ ଶୀତରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ସେପଟେ ଶୀତର ମଜା ଉଠାଇବା ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଲାଣି।

Exit mobile version