Site icon Awaj Media

ଦିବାଲୋକରେ ଖୋଲାଖୋଲି ଚାଲିଛି ଦେଶୀ ମଦର କାରବାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଏକାଧିକ ସ୍ଥାନରେ ଚଢ଼ାଉ କରି ଦେଶୀ ମଦ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ l ତେବେ ଆଶ୍ଚର୍ଯ୍ୟର କଥା ମେଡିକାଲ ଛକ ନିକଟସ୍ଥ ଏକ ମେଡ଼ିସିନ ଦୋକାନରେ ସ୍ପଷ୍ଟ ଦିବାଲୋକରେ ଖୋଲାଖୋଲି ଭାବେ ଦେଶୀ ମଦ ବିକ୍ରି ହେଉଥିଲା l ବାଲୁଗାଁ ଅବକାରି ଅଧିକାରୀ ରଞ୍ଜନ ଦାସଙ୍କ ନେତୃତ୍ୱରେ ହୋଇଥିବା ଉକ୍ତ ଚଢ଼ାଉରେ ମେଡିକାଲ ଛକ, ବଡ଼ହନ୍ତୁଆଡ଼ ଏବଂ ଭୀମପୁର ଗ୍ରାମର ଜଣେ ମହିଳାଙ୍କ ସମେତ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୬୪ ଲିଟର ଦେଶୀମଦ ଜବତ ହୋଇଛି l ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପିଆର ନମ୍ବର ୮୮,୮୯ ଏବଂ ୯୦ ରେ ତୋନିଗୋଟି ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାର ଜଣାପଡିଛି l

Exit mobile version