Site icon Awaj Media

ବିଶାଳ ଫିଜିୟୋଥେରାପି ଶିବିର ଆୟୋଜନ !!!

Spread the love

!!! ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ର ମିଳିତ ପ୍ରୟାସ !!!

ଭୁବନେଶ୍ୱର (ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ସମାଜ ସେବା କ୍ଷେତ୍ରରେ ଅଗ୍ରଣୀ ସଂଗଠନ ଭାବେ ନିଜର ଉତ୍ତର ଦାଇତ୍ୱ ସମ୍ପାଦାନରେ ଅନ୍ୟ ଏକ ଉଦାହରଣ ସୃଷ୍ଟି କରି ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ, ଭୁବନେଶ୍ୱର ଶାଖା ଏକ ଚତୁର୍ଦ୍ଦିବସୀୟ ଚିକିତ୍ସା ଶିବିର ସ୍ଥାନୀୟ ତେରାପନ୍ଥୀ ଭବନ କଟକ ରୋଡ ହୋଟେଲ ଭିଟସ ନିକଟରେ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି | ଏହି ଶିବିରକୁ “ବୃଦ୍ଧଜନ ସେବା ସଂସ୍ଥାନ” ଉଦୟପୁର (ରାଜସ୍ଥାନ) ର ସୁନାମଧନ୍ୟ ଚିକିତ୍ସାଵିତ୍ ଡଃ ସାହିଲ ଗ୍ରୋବାର ଏବଂ କୈଳାଶ କୁମାର ଓ ତାଙ୍କ ଟିମଙ୍କ ଦ୍ୱାରା ପରିଚାଳନା କରାଯାଉଛି । ଶିବିରରେ ମୁଖ୍ୟତଃ ଆଣ୍ଠୁ, ଅଣ୍ଟା ଓ ପିଠିର ଯନ୍ତ୍ରଣା ତଥା ସାଇଟିକା ପରି ଯନ୍ତ୍ରଣା ଦାୟକ ବ୍ୟାଧି ଚିକିତ୍ସା ଓ ଆଶୁ ଉପଶମ ତଥା ଚିକିତ୍ସା ପରବର୍ତ୍ତୀ ପରାମର୍ଶ ନିଃଶୁଳ୍କ ଦିଆଯାଉଛି । ମାତ୍ର ପଚାଶ ଟଙ୍କା ଦାଖଲ କରି ଏଠାରେ ପଞ୍ଜିକରଣ କରିବାକୁ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଉମେଶ ଖଣ୍ଡେଲୱାଲ , ଶାଖା ସଚିବ ଶ୍ରୀ ହରିଓମ ଗୋୟଲ ଅନୁରୋଧ କରିଛନ୍ତି । ନଭେମ୍ବର ଠାରୁ ଆରମ୍ଭ ଏହି ଶିବିର ସକାଳ ୧୦ ଘଟିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଚାଲୁଅଛି । ଏହି ଶିବିର ଆସନ୍ତା 21 ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ଶିବିର ର ସୁପରିଚାଳନା ନିମନ୍ତେ କାର୍ଯ୍ୟକ୍ରମ ର ସଂଯୋଜକ ରାଜେଶ କେଜ୍ରିୱାଲ , ରୋହିତ ଖେମକା , ଲକ୍ଷ୍ମୀ ନାରୟଣ ଅଗ୍ରୱାଲ, ନବରତ୍ନ ବୋଥ୍ରା , ପବନ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ଅଶୋକ ଅଗ୍ରୱାଲ ଆଦି ବ୍ୟକ୍ତିତ୍ଵ ଗଣ ସହଯୋଗ କରୁଛନ୍ତି।ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ କରୋନାର ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ କୋଡିଏ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ବିତରଣ କରାଯାଇଥିଲା, ଦ୍ୱିତୀୟ ପର୍ଯ୍ୟାୟରେ ଆମ୍ବୁଲାନ୍ସ ସେବା , ଅମ୍ଳଜାନ ସିଲିଣ୍ଡର , ଔଷଧ ବିତରଣ କରାଯାଇଥିଲା |ଗରିବ ଓ ଅସହାୟ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦିଆଯାଉଛି |

Exit mobile version