Site icon Awaj Media

କଳିଙ୍ଗା ଘାଟି ରେ ପିକନିକ ବସ ଦୁର୍ଘଟଣା : ୩୦ ରୁ ଉର୍ଦ୍ଧ ଯାତ୍ରୀ ଆହତ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଘାଟି ରାସ୍ତାରେ ପିଟିହେଲା ବସ୍‌। ଯାହାଫଳରେ ୩୦ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରୁବାର ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଘଟିଛି । ପ୍ରକାଶ ଯେ, ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲାର ଏକ ପିକ୍‌ନିକ ବସ୍‌ ଦାରିଙ୍ଗବାଡ଼ିକୁ ଆସିଥିଲା। ସେଥିରେ ୬୦ ଜଣ ପର୍ଯ୍ୟଟକ ଥିଲେ। ସେମାନେ ଦାରିଙ୍ଗବାଡ଼ିରେ ପିକ୍‌ନିକ୍‌ ସାରି ପୁରୀ ଅଭିମୁଖେ ଯାଉଥିଲେ। ତେବେ କଳିଙ୍ଗା ଘାଟିର ଅନ୍ଧାରୀକୋଟ ନିକଟର ବୁଲାଣି ରାସ୍ତାରେ ବସ୍‌ଟି ଭାରସାମ୍ୟ ହରାଇ ସେଫ୍‌ଟି ୱାଲ୍‌ରେ ପିଟି ହୋଇଯାଇଥିଲା। ବସ୍‌ଟି ସେହିଠାରେ ରହିଯାଇଥିଲା।ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଉଦ୍ଧାର କରିଥିଲେ। ଖବର ପାଇ ଜି.ଉଦୟଗିରି, ଟିକାବାଲି ଓ ଭଞ୍ଜନଗର ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଆହତ ହୋଇଥିବା ୩୦ ଜଣଙ୍କୁ ଉଦ୍ଧାର କରାଯାଇ ଜି.ଉଦୟଗିରି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଭିତରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ତେବେ ଅନ୍ୟ ପର୍ଯ୍ୟଟକମାନେ ସେଠାରେ ଅଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରନ୍ଧ୍ୟା ଖାଦ୍ୟ ଓ କମ୍ୱଳ ଯୋଗାଇ ଦିଆଯାଇଛି।

Exit mobile version