Site icon Awaj Media

ଆଠମଲ୍ଲିକ ବିଧାନସଭା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ୫ ଟି ମଣ୍ଡଳ କମିଟି ଗଠିତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ଅନ୍ତର୍ଗତ ୫ଟି ମଣ୍ଡଳ କମିଟି ରବିବାର ଗଠିତ ହୋଇଯାଇଛି । ମଣ୍ଡଳ ସଭାପତି ଓ ଜିଲା ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁ ଙ୍କ ଅନୁମୋଦନ କ୍ରମେ ଆଠମଲ୍ଲିକ ନଗର, କିଶୋରନଗର, ବଇଣ୍ଡା, ନାକଚି ଓ ଠାକୁରଗଡ ମଣ୍ଡଳ କମିଟି ଘୋଷଣା ହୋଇଛି । ଆଠମଲ୍ଲିକ ନଗର ମଣ୍ଡଳ ସାଧାରଣ ସମ୍ପାଦକ ଶିବାଶିଷ ରାଉତ, ଉପସଭାପତି ପ୍ରଭାକର କଅଁର ଓ ସିତାଂଶୁ ଜ୍ୟୋତିଶରାୟ, କିଶୋରନଗର ମଣ୍ଡଳ ସାଧାରଣ ସମ୍ପାଦକ ସତୟାନନ୍ଦ ସାହୁ, ଉପସଭାପତି ସୁମନ୍ତ ସ୍ୱାଇଁ ଓ ସରୋଜ ପ୍ରଧାନ, ବଇଣ୍ଡା ମଣ୍ଡଳ ସାଧାରଣ ସମ୍ପାଦକ ମଣିସାଗର ପ୍ରଧାନ ଓ ନିରଞ୍ଜନ ସାହୁ, ନାକଚି ମଣ୍ଡଳ ସାଧାରଣ ସମ୍ପାଦକ ସତ୍ୟଜିତ ସାହୁ, ଉପସଭାପତି ରିପୁକାନ୍ତ ସାହୁ ଓ ଚୈତନ୍ୟ ପ୍ରଧାନ ଏବଂ ଠାକୁରଗଡ଼ ମଣ୍ଡଳ ସାଧାରଣ ସମ୍ପାଦକ ସୁମନ୍ତ ମହାପାତ୍ର, ଉପସଭାପତି ରୂପେ ବିଭୂତିଭୂଷଣ ସାହୁ ଓ ନରେନ୍ଦ୍ର ବେହେରା ପ୍ରମୁଖ ମନୋନୀତ ହୋଇଛନ୍ତି। କମିଟିରେ ସ୍ଥାନ ପାଇଥିବା ଯୁବନେତାମାନଙ୍କୁ ଜିଲା ଭାଜପା ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ, ଭାଗିରଥୀ ପ୍ରଧାନ, ବିଶ୍ବଜିତ ଗାଇଗରିଆ, ମନୋଜ ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି

Exit mobile version