ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତି ଅଧିନସ୍ଥ ନନ୍ଦପୁର ଗ୍ରାମ ପଞ୍ଚାୟତ ରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ମା’ ମେଘାମ୍ବରୀ ଠାକୁରାଣୀ କଲ୍ୟାଣ ମଣ୍ଡପ ଠାରେ ଉପସ୍ଥିତ ନନ୍ଦପୁର ପଞ୍ଚାୟତର ହିତାଧିକାରୀ ମାନଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଉପସ୍ଥିତ ଜନସାଧାରଣଙ୍କୁ ବିଧାୟକ ସ୍ମାର୍ଟ ହେଲଥ କାର୍ଡ ର ଉପକାରିତା ବିଷୟରେ କହିଥଲେ ଯେ ମହିଳା ମାନଙ୍କୁ ୧୦ ଲକ୍ଷ ଏବଂ ପୁରୁଷ ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ତ୍ୟ ବୀମା ଯୋଗାଇଦେବା ଏ କାର୍ଡର ମୁଖ୍ୟ ଲକ୍ଷ୍ୟ ଅଟେ । ଗରିବ ଲୋକମାନେ ବ୍ୟାଙ୍କରେ ଟଙ୍କା ଯେପରି ସୁରକ୍ଷିତ ରଖିଥାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ସେହିପରି ଗରିବ ଲୋକଙ୍କର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାପାଇଁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ବୋଲି ବିଧାୟକ ସଭାକୁ ଅଭିହିତ କରିଥିଲେ । ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ଓ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଉପସ୍ଥିତ ରହିଥିଲେ , ପଞ୍ଚାୟତର ବହୁ ହିତାଧିକାରୀ ସ୍ମାର୍ଟ ହେଲଥ କାର୍ଡ ଗ୍ରହଣ କରିଥିଲେ ।
ନନ୍ଦପୁର ଗ୍ରାମ ପଞ୍ଚାୟତରେ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ଚିଲିକା ବିଧାୟକ !!!

