Site icon Awaj Media

ପ୍ରତିଷ୍ଠା ଦିବସର ସୁବର୍ଣ୍ଣ ଜୟନ୍ତୀ ପାଳିବ ଓୟୁଜେ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ପ୍ରତିଷ୍ଠା ଦିବସର ସୁବର୍ଣ୍ଣ ଜୟନ୍ତୀ ପାଳିବ ଓୟୁଜେ . ଓଡ଼ିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଓୟୁଜେ ଆସନ୍ତା ୨୨ ତାରିଖରେ ଏହାର ପ୍ରତିଷ୍ଠା ଦିବସର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବ । ରାଜଧାନୀର ଜୟଦେବ ଭବନରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାକୁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ସଂପୂର୍ଣ୍ଣ ଭାବରେ କୋଭିଡ ଗାଇଡ଼ ଲାଇନ କୁ ଅନୁପାଳନ କରି ଏହି କାର୍ଯ୍ୟକ୍ରମ ପାଳନ କରାଯିବ । ରାଜଧାନୀରେ ସଭା ସମିତିରେ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିକୁ ଅନୁମତି ମିଳୁଥିବାରୁ ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଯାଉଥିବା ସମାରୋହରେ ପ୍ରତି ଜିଲ୍ଲାରୁ ସୀମିତ ସଂଖ୍ୟକ ସଦସ୍ୟ ଯୋଗ ଦେଇପାରିବେ ବୋଲି ବିଭିନ୍ନ ଜିଲ୍ଲାର ସଭାପତି ମାନେ ସେମାନଙ୍କର ସଦସ୍ୟ ମାନଙ୍କୁ ସୂଚନା ଦେଇଛନ୍ତି । ସାମାଜିକ ଦୂରତ୍ୱ କଟକଣା ଉପରେ ଗୁରୁତ୍ୱ ପ୍ରଦାନ କରି କୋଭିଡ ନିୟମ ଅନୁସାରେ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । କେବଳ ଦୁଇଟି ଡୋଜ ଟୀକା ନେଇଥିବା ଓ ଦୁଇଦିନ ପୂର୍ବରୁ କୋଭିଡ ପରୀକ୍ଷା କରି ନେଗେଟିଭ ରିପୋର୍ଟ ପାଇଥିବା ସଭ୍ୟ ସମ୍ମିଳନୀରେ ଯୋଗ ଦେଇ ପାରିବେ । ରାଜ୍ୟରେ ସାମ୍ବାଦିକ ମାନଙ୍କର ସମ୍ମାନ ସୁରକ୍ଷା ଏବଂ ଅଧିକାର ପାଇଁ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ତାହାର ଅବିରତ ପ୍ରଚେଷ୍ଟା ଜାରି ରଖିଛି .

Exit mobile version