Site icon Awaj Media

ବିଟେକ୍ ଛାତ୍ର ଙ୍କୁ ଜାତିଗତ ପ୍ରମାଣ ପତ୍ର ଦେବାକୁ ଦାବି !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସ ଜଗତସିଂହପୁର ଜିଲ୍ଲାପାଳ ଙ୍କ ନିକଟରେ ଜାତିଗତ ପ୍ରମାଣ ପତ୍ର ପ୍ରଦାନ ନିମନ୍ତେ ଅଭିଯୋଗ କରିଛନ୍ତି । ଅନୁସୂଚିତ ଜନଜାତିର ଛାତ୍ର ଅଲେଖ ପ୍ରଧାନ ବିଟେକ୍ ଆଡ଼ମିସନ କରିଥିଲେ ମଧ୍ୟ ତାଙ୍କୁ ଜଗତସିଂହପୁର ତହସିଲଦାର ଜାତିଗତ ପ୍ରମାଣ ପତ୍ର ଦେଇନଥିବାରୁ ସେ ପାଠ ପଢ଼ାରୁ ଡୋରି ବାନ୍ଧିବାକୁ ବସିଲେଣି । ଜଗତସିଂହପୁର ତହସିଲ ଅଧୀନ ଓଡ଼ିଶ ଗ୍ରାମର ବସବାସ କରୁଥିବା ଅନୁସୂଚିତ ଜନଜାତି ( ମାଟିଆ ) ଜାତିର ଯୁବକ ଅଲେଖ ପ୍ରଧାନ ଜଣେ ଅନୁସୂଚିତ ଜନଜାତିର ଯୁବକ ଅଟନ୍ତି । ତାଙ୍କ ପିତା କାଳନ୍ଦୀ ପ୍ରଧାନ ଓ ଅଜା ଶଙ୍କର ପ୍ରଧାନ ଅଟନ୍ତି । ୧୯୯୨ ମେ ୨୫ ତାରିଖ ରେ ଅନୁସୂଚିତ ଜନଜାତିର ଜାତିଗତ ପ୍ରମାଣ ପତ୍ର ପାଇଥିଲେ । ସବୁଠାରୁ ଦୁର୍ଭାଗ୍ୟ ର କଥା ପୂର୍ବରୁ ବାପାଙ୍କୁ ଯେଉଁ ପଟ୍ଟା ଉପରେ ଜାତିଗତ ପ୍ରମାଣ ପତ୍ର ମିଳିଥିଲା , ବର୍ତ୍ତମାନ ତାଙ୍କ ପୁଅ ଅଲେଖଙ୍କୁ ସେହି ପଟ୍ଟା ଉପରେ ଜଗତସିଂହପୁର ତହସିଲଦାର ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରୁନଥିବା ଅଭିଯୋଗ କରିଛନ୍ତି । ଗତ ୧୯ ଅଗଷ୍ଟ ୨0୨୧ ରେ ଅଲେଖ ପ୍ରଧାନ ପିତା- କାଳନ୍ଦୀ ପ୍ରଧାନ, ଅଜା- ଶଙ୍କର ପ୍ରଧାନ, ଜାତିଗତ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ. ବିଟେକ ନାମ ଲେଖା ଲାଗି ଆବଶ୍ୟକତା ପଡିବାରୁ ସେ ଜାତିଗତ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ । ଉକ୍ତ ଆବେଦନକୁ ୧୯ ଅଗଷ୍ଟ ୨0୨୧ ରେ ଜଗତସିଂହପୁର ତହସିଲ କାର୍ଯ୍ୟାଳୟ ଗ୍ରହଣ କରିଥିଲା । ମାତ୍ର ଜାତିଗତ ପ୍ରମାଣ ପତ୍ର ନ ମିଳିବାରୁ ଅଲେଖ ପ୍ରଧାନ ଓ.ଜେ.ଇ କାଉନସିଲିଂ ୨0୨୧ ରେ ଏକ ଜାତିଗତ ପ୍ରମାଣପତ୍ର ର ପୈଠ କରିବାଲାଗି ଲିଖିତ ଦେଇ ନାମ ଲେଖାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜାତିଗତ ପ୍ରମାଣ ପତ୍ର ପୈଠ କରିପାରିନାହାନ୍ତି । ଜଗତସିଂହପୁର ତହସିଲ କାର୍ଯ୍ୟଳୟ ପକ୍ଷରୁ ଅଲେଖ ପ୍ରଧାନ ଙ୍କୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ ନକରିବାରୁ ଅଲେଖ ବିଟେକ୍ ଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଏ ନେଇ ଜଗତସିଂହପୁର ଜ଼ିଲ୍ଲା ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସ ଅଲେଖଙ୍କୁ ତୁରନ୍ତ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରିବାପାଇଁ ଜ଼ିଲ୍ଲାପାଳ ଙ୍କୁ ଦାବି କରିବା ସହିତ ଜଗତସିଂହପୁର ର ଉପଜ଼ିଲ୍ଲାପାଳ, ଜଗତସିଂହପୁର ର ତହସିଲଦାର , ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଓ ଓଡିଶ ରାଜସ୍ୱ ନିରୀକ୍ଷକ ଙ୍କୁ ତୁରନ୍ତ ଜାତିଗତ ପ୍ରମାଣ ପତ୍ର ପ୍ରଦାନ ପାଇଁ ଦାବି କରିଛନ୍ତି ।

Exit mobile version