Site icon Awaj Media

ନୟାଗଡ଼ ବିଧାୟକଙ୍କ ଉପସ୍ଥିତି ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ମ୍ୟୁନିସିପାଲଟି ର ଦକ୍ଷିଣ କାଳୀ ମିନି ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ଉପସ୍ଥିତି ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ୧୯୭୬ ଜଣଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ ନୟାଗଡ଼ ସହରକୁ ପାନୀୟ ଜଳ ପର୍ଯ୍ୟାପ୍ତ ଯୋଗାଇ ଦେବାପାଇଁ ନବୀନ ସରକାର ୫୨ କୋଟି ଟଙ୍କା ଯୋଗାଇ ଦେଇଥିବା କହିଥିବା ବେଳେ ସହର କୁ ଅଧିକ ଆଲୋକୀକରଣ କରିବା ନିମନ୍ତେ ସହରର ୨୩ କିଲୋମିଟର ରାସ୍ତାକୁ ଏଲଇଡି ଲାଇଟ୍ ସଂଯୋଗ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ଏହି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ମାଧ୍ୟମରେ ମହିଳା ମାନେ ଦଶ ଲକ୍ଷ ଏବଂ ପୁରୁଷ ମାନେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ରାଜ୍ୟ ର ପ୍ରାୟ ଦୁଇ ଶହ ଟି ଡାକ୍ତରଖାନା ଏବଂ ବେସରକାରୀ କ୍ଲିନିକ୍ ରେ ସୁବିଧାରେ ପାଇ ପାରିବେ ବେ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଛନ୍ତି ।

Exit mobile version